(ଦେବବ୍ରତ ମିତ୍ର ଙ୍କ ରିପୋର୍ଟ)ରାଜଗାଙ୍ଗପୁର ର ପ୍ରସିଦ୍ଧ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ରାଜୁ ସାହୁଙ୍କ ଛାତ୍ର ଲଳିତ ସାହୁ ବିହାବନ୍ଧ ସ୍କୁଲ ଠାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ପୋଷଣ ଚିତ୍ରାଙ୍କନ କାର୍ଯ୍ୟକ୍ରମ ରେଭାଗ ନେଇ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଉକ୍ତ ପ୍ରତିଯୋଗିତାରେ ଡିଇଓ ଅମୁଲ୍ୟ ପ୍ରଧାନ,ବିଇଓ ସରିତା ସୋରୋନିଆ,ମନୋରମା ମହାନନ୍ଦିଆ ପଦ୍ମିନୀ ପଣ୍ଡା, ସୁରେନ୍ଦ୍ର ଦାସଙ୍କ ସହ ବିଭିନ୍ନ ସ୍କୁଲ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲାଇଥିଲେ ଏଥରେ ରାଜଗାଙ୍ଗପୁର ବ୍ଳକ ରୁ ୧୦୫ ଛାତ୍ର ଭାଗନେଇ ଥିଲେ।