ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ବାଲିମେଳା ଛକରେ ବନ୍ଦ ଡାକରା ସଫଳ

ମାଲକାନଗିରି ଜିଲ୍ଲାରେ ଆଜି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି କୁ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଏସସି ଏସଟି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆ ଯାଇଥିବା ବେଳେ ଏହାର ପ୍ରଭାବ ବାଲିମେଳା ଛକ ଠାରେ ଦେଖିବାକୁ ମିଳିଛି। ବାଲିମେଳା ଛକ ନିକଟରେ ଆଜି ସକାଳ ୭ ଟା ସମୟରେ ଆଦିବାସୀ ନେତା ମଦନ ଖୋସଲା ଙ୍କ ନେତୃତ୍ୱରେ ବାଲିମେଳା ଛକ ର ଚାରି କଡ ରାସ୍ତା ବ୍ୟାରିକେଟ ଦିଆଯାଇ ବନ୍ଦ କରାଯାଇଥିଲା। ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଥିବା ବେଳେ କେବଳ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ କୁ ଛଡା ଯାଉଥିଲା।

ନିଜ ଜିଲ୍ଲା ର ପିଲାଙ୍କୁ ଚାକିରୀ ନ ଦେଇ ସରକାର ବାହାର ଜିଲ୍ଲାରୁ ଆଣି ବିଭିନ୍ନ ସରକାରୀ ଚାକିରୀ ରେ ଭର୍ତ୍ତି କରାଉଛନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ଅବିଭକ୍ତ କୋରାପୁଟ ଜିଲ୍ଲା ଆଜି ବନ୍ଦ ରହିଛି। ବିଭିନ୍ନ ନାରା ଦେଇ ବନ୍ଦ ପାଳନ କରାଯାଇଥିଲା। ଆଜିର ଏହି ବନ୍ଦ ଡାକରା ରେ ଆଦିବାସୀ ନେତା ସୋମନାଥ ବାରସେ, କାର୍ତ୍ତିକ ଖେମୁଣ୍ଡୁ, ରୁକଧର ମୁଣ୍ଡାଗୁଡ଼ିଆ, ପଦ୍ମନାଭ ମାଡ଼କାମୀ, ଜଗତ ପାତ୍ର, କୃଷ୍ଣ ମଣ୍ଡଳ, ମନ୍ତୋଷ ବିଶ୍ୱାସ ଙ୍କ ସମେତ ବହୁତ ଆଦିବାସୀ ଶିକ୍ଷିତ ଯୁବକ ମାନେ ଉପସ୍ଥିତ ଥିଲେ।

ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *