ରାଜଗାଙ୍ଗପୁର ସହର ର ପ୍ରସିଦ୍ଧ ତାଲକିପଡା ଦୁର୍ଗା ମନ୍ଦିର ଠାରେ ପବିତ୍ର ନବରାତ୍ରି ଉତ୍ସବ ପାଳନ।

ରାଜଗାଙ୍ଗପୁର ସହର ର ପ୍ରସିଦ୍ଧ ତାଲକିପଡା ମାଁ ଦୁର୍ଗା ମନ୍ଦିର ଠାରେ ଆଜି ସକାଳୁ ପବିତ୍ର ନବରାତ୍ରି ଉତ୍ସବ ପାଳନ ଅବସରରେ ମନ୍ଦିର ଠାରେ ବ୍ରତଧାରି ମହିଳା ଧାର୍ମିକ ଭକ୍ତଙ୍କ ଭିଡ଼ ଲାଗିରହିଥିବା ପରିଲକ୍ଷିତ ହୋଇଛି।

ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଓ ଆଖପାଖ ଅଞ୍ଚଳ ରୁ ଶହଶହ ଶ୍ରଦ୍ଧାଳୁ ସକାଳୁ ମାଁ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା, ଆରତୀ କରି ପ୍ରସାଦ ସମର୍ପଣ କରିଥିଲେ। ଉକ୍ତ ମନ୍ଦିର ର ଚାରିପାଖ ବିଭିନ୍ନ ଆଲୋକ ଓ ସାଜସଜ୍ଜା ସହ ମନ୍ଦିର ଭିତର କାଚ କାରୁକାର୍ଯ୍ୟ ଭକ୍ତଙ୍କୁ ବେଶ ଆକର୍ଷଣ କରିଥାଏ ବିଭିନ୍ନ ଜିଲ୍ଲାରୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଦୁର୍ଗା ମାଁ ଙ୍କ ଦର୍ଶନ ସହ ମନ୍ଦିର ବୁଲାବୁଲି କରିଥାନ୍ତି ।

ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *