ରାଜଗାଙ୍ଗପୁର ଅଗ୍ରସନ ଚାରିଟେବୁଲ ଟ୍ରଷ୍ଟ, ମାରୱାଡ଼ି ମହିଳା ସମିତି, ମାରୱାଡ଼ି ଯୁବା ମଞ୍ଚ, ମାରୱାଡ଼ି ଜାଗୃତି ସମିତିତ ମିଳିତ ଆନୁକୁଲ୍ୟରେ ତିନି ଦିନ ଧରି ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଫାଟକ ନିକଟସ୍ଥ ଗଣପତି ପ୍ଲାଜା ରୁ ମହାରାଜ ଅଗ୍ରସନ ଙ୍କ ପ୍ରତିମା ସୁସଜ୍ଜିତ ଗାଡ଼ ରେ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ମାରୱାଡ଼ି ସଂପ୍ରଦାୟର ଶତାଧିକ ନାଗରିକ ପୁରୁଷ ମହିଳା ସାମିଲ ହୋଇ ଅଗ୍ରସନ ଭବନ ପରିସରରେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗୀତାରେ ବିଜେତା ଓ ସମାଜରେ ଉଲ୍ଲେଖନୀୟ ସଫଳତା ପାଇ ମନୋନୀତ ନାଗରିକ ଓ କୁନିକୁନି ପିଲାଙ୍କୁ ମାନପତ୍ର ଉପଢୌକନ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରିଥିଲେ।

ଏହି ଅବସରରେ ଡାଲମିଆ ସିମେଣ୍ଟ କଂପାନୀ ର କାର୍ଯ୍ୟ ନିର୍ଦେଶକ ଅଧିକାରୀ ଶ୍ରୀ ଚେତନ ଶ୍ରୀବାସ୍ତବ ଜୀ ଙ୍କ ସହ ସହର ର ବହୁ ସାମ୍ବାଦିକ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ସାମାଜିକ, ମହିଳା ସଂଘଟଣ ଙ୍କ ଉପସ୍ଥିତି ରେ ସାମାଜିକ , ଖାଦ୍ୟ ସୁରକ୍ଷା ଓ ମହାରାଜ ଅଗ୍ରସନ ଙ୍କ ଜିବନୀ ସମନ୍ଧରେ ଉପସ୍ଥିତି ନାଗରିକ ଙ୍କୁ ବିସ୍ମୃତ ଭାବରେ ଆଲୋକପାତ କରାଇଥିଲେ।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।