ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ର ବନ୍ଧୁମିଳନ ଏବଂ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ।

କରଞ୍ଜିଆ-ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ର ସଦସ୍ୟ ସଦସ୍ୟା ଙ୍କ ବନ୍ଧୁମିଳନ ତଥା ପ୍ଳଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମ କରଞ୍ଜିଆ ଶାଖା ପରିଚାଳକ ଶ୍ରୀଯୁକ୍ତ ମନୋଜ କୁମାର ଦାସ ଙ୍କ ପ୍ରତକ୍ଷ ଆୟୋଜନ ତଥା ପରିଚାଳନା ରେ କରଞ୍ଜିଆ ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବାବେଳେ ସଂଗଠନ ର ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ପାଞ୍ଚୋଟି ବ୍ଲକ ର କର୍ମକର୍ତ୍ତା ଙ୍କୁ ନେଇ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା

ଏଥିରେ ମୟୁରଭଞ୍ଜ ଜିଲ୍ଲା ର ଶୁକୃଳି, ଠାକୁରମୁଣ୍ଡା, କରଞ୍ଜିଆ ବ୍ଲକ, କରଞ୍ଜିଆ ଏନଏସି କେନ୍ଦୁଝର ଜିଲ୍ଲାର ସାହାରପଡା, ପାଟଣା ବ୍ଲକ ରୁ ପ୍ରାୟ ୨୨୦ ଜଣ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ ।ମଞ୍ଚ ପରିଚାଳନା ଶ୍ରୀ ପ୍ରମୋଦ ନାଏକ କରିଥିବାବେଳେ ସଂଗଠନ ର ଡିଷ୍ଟ୍ରିକ୍ଟ ଏରିଆ ମ୍ୟାନେଜର ବବିତା ମଞ୍ଜରୀ ମହାନ୍ତ, ସପନ କୁମାର ମହାନ୍ତ, ସୁବାସ ପ୍ରଧାନ, ଆଶିଷ ରାୟ ଙ୍କ ସହିତ ଏ ବିଏମ, ପିଇଓ, ଏଫଇଓ ମାନେ ଉପସ୍ଥିତ ଥିଲେ ବୈଠକ ଆରମ୍ଭ ପୂର୍ବରୁ ସମୂହ ବନ୍ଦେ ମାତରମ ଗାନ କରି ବୈଠକ ଆରମ୍ଭ ହୋଇଥିଲା ବୈଠକ ରେ ଖୁବଶୀଘ୍ର ଠାକୁରମୁଣ୍ଡା ଠାରେ ସଂଗଠନ ର ପ୍ରଥମ ଷ୍ଟୋର ଠାକୁରମୁଣ୍ଡା ଠାରେ ଖୋଲିବ ବୋଲି ସଂଗଠନ ର ଠାକୁରମୁଣ୍ଡା ବ୍ରାଞ୍ଚ ମ୍ୟାନେଜର ଭରତ ଚନ୍ଦ୍ର ମହାନ୍ତ ଘୋଷଣା କରିଥିଲେ ।ସଦସ୍ୟ ସଂଗ୍ରହ ରେ ଉଲ୍ଲଖନୀୟ ଅବଦାନ କରିଥିବା ସଦସ୍ୟ ଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ମୟୁରଭଞ୍ଜ କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *