ରାଜଗାଙ୍ଗପୁର ଥାନା ଅଧିନସ୍ଥ ଲାଇଗଂ ଏକଲବ୍ୟ ଆବାସିକ ବିଦ୍ୟାଳୟ ର ଷଷ୍ଠ ଓ ନବମ ଶ୍ରେଣୀରେ ଅଧ୍ୟୟନ କରଥିବା ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳର ଦୁଇ ଛାତ୍ର ସେହି ସ୍କୁଲରେ ପଢୁଥିବା ଉଚ୍ଚ ଶ୍ରେଣୀର ଛାତ୍ର ଙ୍କ ଅତ୍ୟାଚାର ସହିନପାରି ସେପ୍ଟେମ୍ବର ୨୯ ତାରିଖ ରେ ସ୍କୁଲ ରୁ କେଉଁଆଡେ ଚାଲିଯାଇଥିବା ସ୍କୁଲ ପକ୍ଷରୁ ଛାତ୍ର ଙ୍କ ବାପା ମାଁ ଙ୍କୁ ସୁଚନା ଦେଇଥିଲେ ଉକ୍ତ ଘଟଣାକୁ ନେଇ ଛାତ୍ର ଙ୍କ ଅବିଭାବକ କାଂହବାହାଲ ଫାଣ୍ଡି ରେ ଲିଖିତ ମାମଲା ରୁଜୁ କରିବାପରେ ରାଜଗାଙ୍ଗପୁର ପୋଲିସ ପକ୍ଷରୁ ଦୁଇ ଛାତ୍ର ଙ୍କୁ ଲିପଲୋଇ ଅଞ୍ଚଳରୁ ଉଧ୍ୟାର କରିବାରେ ସଫଳତା ହାସଲ ପରେ ଦୁହିଁଙ୍କୁ ଡାକ୍ତରୀ ଯାଞ୍ଚ କରାଯାଇ ମାମଲା ରୁଜୁ କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଉକ୍ତ ଘଟଣା ସମନ୍ଧରେ ଯଥାଶୀଘ୍ର ଦୃଢ଼ ପଦକ୍ଷେପ ନେବାକୁ ବିଭିନ୍ନ ସାମାଜିକ ସଂଗଠନ ସାଧାରଣ ନାଗରିକ ପୋଲିସ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।
