କର୍ଲାମୁଣ୍ଡା: ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି l ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ଆଜି କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅଙ୍ଗନୱାଡି କେନ୍ଦ୍ର ପରିସରରେ ଗାନ୍ଧୀ ଶାସ୍ତ୍ରୀ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଯାଇଛି l ପ୍ରଥମେ ସଫେଇ କାର୍ଯ୍ୟକ୍ରମ କରିବା ପରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତି ଛବିରେ ପୂଜାର୍ଚ୍ଚନା କରା ଯାଇଥିଲା l ସ୍ୱଚ୍ଛତା ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଦିନ, ପ୍ରତ୍ୟେକ ପକ୍ଷ, ପ୍ରତ୍ୟେକ ବର୍ଷ, ପିଢ଼ି ପରେ ପିଢ଼ି, ସମସ୍ତଙ୍କ ପାଇଁ ଏକ ମହତ ଅଭିଯାନ, ସ୍ୱଚ୍ଛତା ଏକ ଜୀବନ ଶୈଳୀ, ସ୍ୱଚ୍ଛତା ଏକ ଜୀବନ ମନ୍ତ୍ର ସେଥିପାଇଁ ଆମେ ସମସ୍ତେ ସୁସ୍ଥ ସମାଜ ଗଢିବା ପାଇଁ ସଜାଗ ହେବ ଜରୁରୀ ବୋଲି ସମାଜ ସେବୀ ତଥା ଯୋଗା ଏବଂ ପ୍ରାକୃତିକ ଚିକିତ୍ସାକ ସନତ କୁମାର ସାହୁ ସମସ୍ତଙ୍କୁ ବୁଝାଇ ସ୍ୱଚ୍ଛତା ହିଁ ସେବା ଉପରେ ଶପଥ ପାଠ କରାଇଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କୁଶୁମ ମଞ୍ଜରୀ ପଣ୍ଡା (ମହିଳା ଶିଶୁ ବିକାଶ ଏବଂ ମିଶନଶକ୍ତି ସୁପରଭାଇଜର), ମମତା ସାହୁ (ଅଙ୍ଗନୱାଡି), ହେମନ୍ତ ସାହୁ ସମେତ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମନେ ଉପସ୍ଥିତ ଥିଲେ l ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ଓଡ଼ିଶା କ୍ରାନ୍ତି ନ୍ୟୁଜ