ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳ ରେ ବିଭିନ୍ନ ଘରେ, ଦୋକାନରେ, ଧାର୍ମିକ ସ୍ଥଳରେ, ସ୍କୁଲ ରେ ଚୋରି କରିବା ପରେ ଚୋରଙ୍କୁ ମନବଲ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି।ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ରାତି ପ୍ରାୟ ୧୧ ଘଟିକା ସମୟରେ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଭଟାପଡା ,ହୋସିଆରି ବଗାନ କଲୋନୀରେ ରହୁଥିବା ଡାଲମିଆ ସିମେଣ୍ଟ କାରଖାନାର ରେ କାର୍ଯ୍ୟରତ ପତନ ଭଟ୍ଟାଚାର୍ଯ୍ୟ ଙ୍କ ଘରେ ଅଜଣା ବ୍ୟକ୍ତି ଘରର ଝରକା ପଟକୁ ଲକ୍ଷ୍ୟ କରି ମଦ ବୋତଲ ମାଡ଼ କରିଥିଲେ।
ବୋତଲ ମାଡ଼ରେ ଝରକା ଜାଲି ଭାଗିଂ ଘର ଭିତରେ ବୋତଲ ଭାଂଗି ଯିବାରୁ ଚାରିପଟେ କାଚ ବିଛାଡି ହୋଇ ପଡିଥିଲା, ସୈାଭାଗ୍ୟ ବସତ ପରିବାର ଲୋକେ ଶୋଇ ଥିବାରୁ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସକାଳେ ଉକ୍ତ ଘଟଣାକୁ ନେଇ ରାଜଗାଙ୍ଗପୁର ଥାନା ରେ ଥାନା ଅଧିକାରୀଶ୍ରୀ ମନୋରଞ୍ଜନ ପ୍ରଧାନ ଙ୍କୁ ସାକ୍ଷାତ କରି ଅଜଣା ବ୍ୟକ୍ତି ଙ୍କ ବିରୁଦ୍ଧରେ ତପନ ଭଟ୍ଟାଚାର୍ଯ୍ୟ ଲିଖିତ ମାମଲା ରୁଜୁ କରିଥିଲେ। ଆଗକୁ ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଥିଲା।