କରଞ୍ଜିଆ:-ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିବେକାନନ୍ଦ ପବ୍ଲିକ ସ୍କୁଲ ପକ୍ଷରୁ ସ୍ୱଛତା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।ତେବେ ବିଦ୍ୟାଳୟ ପ୍ରତିଷ୍ଠାତା ସମାଜସେବୀ ଶ୍ରୀଯୁକ୍ତ ବିଷ୍ଣୁ କୁମାର ଆଗ୍ରୱାଲ ଙ୍କ ନେତୃତ୍ୱରେ ତଥା ଅଧ୍ୟକ୍ଷ୍ୟ ଶ୍ରୀ ହିମାଂଶୁ ଘଡେଇ ଙ୍କ ତତ୍ୱାବଧାନ ରେ ବିଦ୍ୟାଳୟ ଛାତ୍ର, ଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଏକ ସ୍ୱଛ୍ଛତା ସଚେତନତା ସଭାଯାତ୍ରା କରି ସହର ପରିକ୍ରମା ସହ ସଫେଇ କାର୍ଯ୍ୟ କରିଥିଲେ।

ଏହାସହ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ଥାନା ପରିସରରେ ଉପଜିଲ୍ଲାପାଳଙ୍କ ଶ୍ରୀଯୁକ୍ତ ପ୍ରେମାଂଶୁ ଚାନ୍ଦ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ସୁବ୍ରତ କୁମାର , ଥାନାଅଧିକାରୀ ଶ୍ରୀ ନିରୋଦ ମଲ୍ଲିକ,ଏବିଓ ଶ୍ରୀଯୁକ୍ତ ବିପିନ କୁମାର ବାରିକ ଙ୍କ ଉପସ୍ଥିତି ରେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ।
ସହର ର ବିଭିନ୍ନ ସ୍ଥାନ ରେ ନାଟକ ସହ ସଫେଇ ଓ ସ୍ୱଛତା ସମ୍ବନ୍ଧିତ ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା କରିଥିଲେ। କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଶିକ୍ଷକ ଶ୍ରୀ ରୂପଶିବ କାନ୍ହୁ ଦାସ, ଛୋଟରାୟ ହେମ୍ବ୍ରମ, ପ୍ରକାଶ ନାଏକ , ସୌମ୍ୟାସୁଚରିତା ଦଳେଇ,ରେଖା ମାନ୍ନା ପ୍ରମୁଖ ପରିଚାଳନା କରିଥିଲେ।ତେବେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସମୟରେ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବିଦ୍ୟାଳୟ ର ଉକ୍ତ ଅଭିଯାନ କୁ ସହରରେ ବେଶ ପ୍ରଶଂସା କରାଯାଇଛି।
ମୟୂରଭଞ୍ଜ କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।