କରଞ୍ଜିଆ :- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ କୁଳିପଶି ପଞ୍ଚାୟତ କାଦଡିହା ଗାଁରେ ସଦ୍ୟ ଅନାଥ ହୋଇ ବେସାହାରା ଥିବା ୪ ଛୋଟ ଛୋଟ ଶିଶୁ ଙ୍କ ସୂଚନା ପାଇ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ଶ୍ରମ ଓ କର୍ମଚାରୀ ରାଷ୍ଟ୍ରବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ, ପହଞ୍ଚି ସେମାନଙ୍କୁ ବସ୍ତ୍ର ଓ ଖାଦ୍ୟ ସାମଗ୍ରୀ ଏବଂ ଆନ୍ୟାନ୍ନ ସାମଗ୍ରୀ ପ୍ରଦାନ କରିଛନ୍ତି।

ଏବଂ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ସେମାନଙ୍କୁ ଓମ୍ ଡିଭାଇନ ଅନାଥାଶ୍ରମ କେନ୍ଦୁଜିଆଣୀ ଠାରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ତେବେ ସୂଚନା ଯୋଗ୍ୟ ଯେ ପିଲାମାନଙ୍କ ମା କୌଣସି ପରିସ୍ଥିତିରୁ କେଉଁ ଆଡେ ସେମାନଙ୍କୁ ଛାଡ଼ି ଚାଲିଯିବା ପରେ ବାପା ରାମରାଏ ହାଁସଦା କାମ କରି ସେମାନଙ୍କ ପ୍ରତିପୋଷଣ କରି ଆସୁଥିଲେ। ଏହି ୪ ଜଣଙ୍କ ମଧ୍ୟରେ ଗୋଟିଏ ଝିଅ ଓ ୩ପୁଅ। ସେମାନଙ୍କ ବୟସ ଅଢେ଼ଇ ବର୍ଷ,୪ ବର୍ଷ,୭ ବର୍ଷ ଓ ୧୧ ବର୍ଷ ବୋଲି ଜଣାପଡିଛି। ହେଲେ କିଛି ଦିନ ଧରି ବାପା ରାମରାଏ କୌଣସି ରୋଗରେ ଆକ୍ରାନ୍ତ ହୋଇ ଗତକାଲି ମୃତ୍ୟୁବରଣ କରିଥିଲେ। ଗାଁ ଲୋକେ ମିଳିମିଶି ରାମରାଏ ର କ୍ରିୟାକର୍ମ କରିଥିଲେ।ତେବେ ଯୁବ ସମାଜସେବୀ ଶ୍ରୀ ଦେବେନ୍ଦ୍ର ମହାନ୍ତ ଙ୍କ ସୂଚନା ଯୋଗେ ମନ୍ତ୍ରୀ ଶ୍ରୀଯୁକ୍ତ ଖୁଣ୍ଟିଆ ସେଠାରେ ପହଞ୍ଚି ଶିଶୁ ମାନଙ୍କ ଥଇଥାନ ବ୍ୟବସ୍ଥା କରିଛନ୍ତି।ଉକ୍ତ ଅବସରରେ ମାନ୍ୟବର କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମଚରଣ ହାଇବୃ, ସାଂସଦ ପ୍ରତିନିଧି ଆଶିଷ କୁମାର ମହାନ୍ତ, ପ୍ରଶାନ୍ତ ମିଶ୍ର,ଯୋତିଶଙ୍କର ମିଶ୍ର, ଦୈତାରୀ ମହାନ୍ତ, ମହେଶ୍ବର ସାହା ପ୍ରମୁଖ ଉପସ୍ଥିତ ଥିଲେ।ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।