କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ହାଇସ୍କୁଲ ପଡିଆ ଠାରେ କର୍ଲାମୁଣ୍ଡା ସଞ୍ଚ ସ୍ତରୀୟ ଖେଳକୁଦ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଥିଲା । ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କର୍ଲାମୁଣ୍ଡା ସଞ୍ଚ ସଭାପତି ଲୋକନାଥ ଗହିର, ସଂଚ ଉପସଭାପତି ହୃଷୀକେଶ ସାହୁ, ସଂଚ ସମ୍ପାଦକ ମୂରଲୀଧର ରଣା ଉଦ୍ଘାଟନ କରିଥିଲେ । ସଂଚ ପ୍ରମୁଖ ଶ୍ରୀ ନିର୍ମଳ ରଣା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୧୦୦ମି ଦୌଡ, ୨୦୦ମି ଦୌଡ, ୪୦୦ମି ଦୌଡ, ଲମ୍ବଡିଆଁ, ଉଚ୍ଚା ଡିଆଁ ପ୍ରଭୁତି ଖେଳ ଅନୁଷ୍ଠିତ ହୋଇଥିଲା l କର୍ଲାମୁଣ୍ଡା ସଂଚର ୩୦ଟି ଏକଲ ବିଦ୍ୟାଳୟର ଆଚାର୍ଯ୍ୟ ମାନେ ନିଜ ନିଜର ଛାତ୍ରଛାତ୍ରୀଙ୍କ ସାଙ୍ଗରେ ଆସି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏଥିରେ ମୋଟ ୯୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ତେରେସିଂହା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୋଦ ସୁନା ଯୋଗଦାନ କରି ବିଜୟୀ କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କର୍ଲାମୁଣ୍ଡା ସଂଚ ର ଗୁଣବତ୍ତା ଓ କର୍ମନିଷ୍ଠା ପାଇଁ ଶ୍ରେଷ୍ଠ ଆଚାର୍ଯ୍ୟ ଭାବରେ ୫ ଜଣ ସୁଶ୍ରୀ ପୁଷ୍ପା ଦଣ୍ଡସେନା, ଶ୍ରୀମାନ ବିରନ୍ଦ୍ର ସାହୁ, ଶ୍ରୀମତୀ ପ୍ରତିମା ସାହୁ, ଶ୍ରୀମତୀ ଅନିତା ରଣା, ସୁଶ୍ରୀ ଅନିତା ସାହୁଙ୍କୁ ସ୍ଵତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମ.ରାମପୁର ସଂଚ ପ୍ରମୁଖ ଅଞ୍ଜନ କୁମାର ପାତ୍ର , ନର୍ଲା ସଂଚ ପ୍ରମୁଖ ରୋମାଞ୍ଚଳ ଧଙ୍ଗଡାମଝୀ ଓ ଆଚାର୍ଯ୍ୟ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, କ୍ରାନ୍ତି ଓଡ଼ିଶା ନ୍ୟୁଜ