କରଞ୍ଜିଆ ଉଠା ଜଳସେଚନ ବିଭାଗ ସାଂସଦ ପ୍ରତିନିଧି ଭାବେ ଦାୟିତ୍ୱ ନେଲେ ନିହାରିକା ଦାଶ ।

କରଞ୍ଜିଆ:-(ଦୀନେଶ କୁମାର) କେନ୍ଦୁଝର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିଭାଗରେ ସାଂସଦ ପ୍ରତିନିଧି ନିଯୁକ୍ତି ପାଇଥିବା ବେଳେ ଉଠା ଜଳସେଚନ ବିଭାଗର ସାଂସଦ ପ୍ରତିନିଧି ଭାବେ ଏନ୍ ଏ ସି ଅନ୍ତର୍ଗତ ୮ ନମ୍ବର ୱାର୍ଡ ବାସୀନ୍ଦା ମହିଳା ନେତ୍ରୀ ଶ୍ରୀମତୀ ନୀହାରିକା ଦାଶ ଙ୍କୁ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାଏକ ଦାୟିତ୍ବ ପ୍ରଦାନ କରିଛନ୍ତି।

ଉକ୍ତ ଅବସରରେ ଉଠାଜଳସେଚନ ଅଧିକାରୀ ,ସାଂସଦ ପ୍ରତିନିଧି ଶ୍ରୀ ଆଶିଷ କୁମାର ମହାନ୍ତ, ନାରୀ ନେତ୍ରୀ ଶ୍ରୀମତୀ ଯୋଷ୍ନାରାଣୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ତେବେ ଶ୍ରୀମତୀ ଦାସ ଙ୍କ ଉକ୍ତ ନିଯୁକ୍ତି କୁ ଦଳପକ୍ଷରୁ ସ୍ୱାଗତ କରାଯିବା ସହ ସମସ୍ତ ଦଳିୟ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଶ୍ରୀମତୀ ଦାସ ମାନ୍ୟବର ସାଂସଦ ଙ୍କ ସହ ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଙ୍କୁ କୃତଜ୍ଞତା ର ସହ ଧନ୍ୟବାଦ ଜଣାଇଛନ୍ତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନିମନ୍ତେ ମାର୍ଗଦର୍ଶନ ର କାମନା କରି ନିଜ ଦାୟିତ୍ବ କୁ ସ୍ୱଛ୍ଛତା ଓ ଦୃଢତା ର ସହ ନିର୍ବାହ କରିବେ ବୋଲି ପ୍ରକାଶ କରିଛନ୍ତି।

ମୟୁରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *