ରାଜଗାଙ୍ଗପୁର ସହର ମୂଖ୍ୟ ଦ୍ଵାର ରାଣିବନ୍ଧ ଓ ଆଖପାଖ ଅଞ୍ଚଳ ରେ ଓସ୍କୋ କଂପାନୀ ପକ୍ଷରୁ ଘଣଘଣ ବିଜୁଳି କାଟ ଯୋଗୁ ଜନସାଧାରଣ ଲୋକେ ନାହିଁ ନ ଥିବାର ଅସୁବିଧା ର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି।

ଉକ୍ତ ସମସ୍ୟାର ସମାଧାନ ପାଇଁ ରାଣିବନ୍ଦ ଅଞ୍ଚଳର ଜେଇ ଓଝା ବାବୁଙ୍କ ସହ ଯୋଗ ସୁତ୍ର କରିବାପରେ ବର୍ଷା ଏବଂ ପଦା ଗାଁ ନିକଟସ୍ଥ ଟାୟାର ଦୋକାନର କେବୁଳ ତାର ରେ ବର୍ଷା ପାଣି ଆସିବା ଯୋଗୁଁ ସମସ୍ୟା ସମ୍ପର୍କ ସେରେ ଅବଗତ କରାଇଥିଲେ। ଉକ୍ତ ସମସ୍ୟାର ବହୁ ଦିନ ରୁ ଲାଗିରହିଥିବା ଯୋଗୁଁ ସାଧାରଣ ଲୋକେ ଅତିଷ୍ଠ ହୋଇ ଯଥାଶୀଘ୍ର ମରାମତି ପାଇଁ ବିଦୃତ ବିଭାଗ କୁ ନିବେଦନ କଲେ।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।