ରାଜଗାଙ୍ଗପୁର ରେଳଷ୍ଟେସନରେ ଥିବା ସର୍ବପୁରାତନ ପାଦଚଲା ଓଭର ବ୍ରିଜ ଷଡ଼ଯନ୍ତ୍ର କରି ବନ୍ଦ କରିବା ବିରୁଦ୍ଧରେ ଗଣଧାରଣା ଦିଆଯିବାକୁ ଦାବିପତ୍ର ପ୍ରଦାନ।

ଆଜି ଦିନ ୧୦ ଘଟିକା ସମୟରେ ରାଜଗାଙ୍ଗପୁର ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ ଙ୍କ ନେତୃତ୍ବରେ ସ୍ଥାନୀୟ କାଉନସିଲର ଗୋବର୍ଦ୍ଧନ ତନ୍ତୀ, ପୁର୍ବତନ କାଉନସିଲର ରମେଶ ସୋନି ,ଶ୍ଵେତା କୁମାରୀ ଓ ଆଖପାଖ ଅଞ୍ଚଳ ରେ ବହୁ ବୁଦ୍ଧିଜୀବୀ, ସାମାଜିକ ସଂଗଠନ, ସାଧାରଣ ନାଗରିକ ଙ୍କ ଉପସ୍ଥିତି ରେ ରାଜଗାଙ୍ଗପୁର ରେଳଷ୍ଟେସନର ସୁରକ୍ଷା ଅଧିକାରୀ, ଷ୍ଟେସନ ମାଷ୍ଟର ଙ୍କୁ ସାକ୍ଷାତ କରି ଯଥା ଶୀଘ୍ର ପାଦଚଲା ଓଭର ବ୍ରିଜ ବନ୍ଧ ଷଡ଼ଯନ୍ତ୍ର ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା ଏବଂ ଆସନ୍ତା କାଲି ଶାନ୍ତି ଶୃଙ୍ଖଳା ସହ ରେଳ ଟିକଟ କାଉଣ୍ଟର ସମ୍ମୁଖ ରେ ଗଣ ଧାରଣା ନିମନ୍ତେ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *