ରାଜଗାଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଯୋରଦାର ଚଢ଼ାଉ।

ରାଜଗାଙ୍ଗପୁର ଅବକାରୀ ଥାନା ଅଧିକାରୀ ଶ୍ରୀ ସତ୍ୟଜିତ ସାମଲଙ୍କ ତତ୍ବାବଧାନରେ ଘୋଗର ଗ୍ରାମ କୁକୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁକୁଡ଼ା,ଜୋଲଡି ଗ୍ରାମରେ ଅତର୍କିତ ଚଢ଼ାଉ କରି ତିନି ଜଣ ମହିଳାଙ୍କୁ ଚୋରା ମହୁଲ ମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରିବା ସହ ୪୫ ଲିଟର ଦେଶୀମଦ ଜବତ କରି ଓଡ଼ିଶା ଅବକାରୀ ଧାରା ଅନୁସାରେ କେସ ନଂ ୧୪୮,୧୪୯,୧୫୦/୨୦୨୪ ୨୫ ମାମଲାରେ ରୁଜ୍ଜୁ କରାଯାଇ ସୁନ୍ଦରଗଡ଼ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଥିଲା। ଉକ୍ତ ଚଢ଼ାଉ ସମୟରେ ଏଏସ ଆଇ ସୈଦାମିନି ବାନଛୋର ଙ୍କ ସହ ବହୁ କାର୍ଯ୍ୟରତ କନେଷ୍ଟବଳ ସାମିଲ ହୋଇଥିଲେ। ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *