କରଞ୍ଜିଆ-ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ପାଞ୍ଚପିଢ ମାଧ୍ୟମିକ ବିଦ୍ୟାଳୟ ଠାରେ ଅତି ଉତ୍ସାହ ରସହ ଅଧ୍ୟକ୍ଷତାରେ ସର୍ବପଲ୍ଲୀ ଡ: ରାଧାକ୍ରିଷ୍ଣନ ଙ୍କ ଜନ୍ମ ଦିବସ ତଥା ଗୁରୁ ପୂଜନ ଦିବସ ପାଳିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ସମ୍ମିଳନୀ ଗୃହ ଠାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ରୁକ୍ମଣୀ ମହାନ୍ତ ସଭାପତି ଚୟନ କରିବା ପରେ ସଭାପତିଙ୍କ ଦ୍ବାରା ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ସହ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ଜାନୁଆରୀ,ରୁକ୍ମଣୀ,ସୁଜାତା,ପ୍ରୀୟଙ୍କା, ପାଏଲ ଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।
ଉକ୍ତ ଅବସରରେ ବରିଷ୍ଠ ଅଧ୍ୟାପିକା ମମତାରାଣୀ ସାହୁ,ଖେଳ ପ୍ରଶିକ୍ଷିକା ସେହନାଜ ବେଗମ, ଅଧ୍ୟାପିକା ଅର୍ଚ୍ଚନା ମାଝୀ, ଦିବ୍ଯଶ୍ରୀ ବାରିକ,ରୀମା ସେଠୀ,ଶୁଭଦର୍ଶିନୀ ଶ୍ଵେତପଦ୍ମା, ଲେବ ଆସିଷ୍ଟାଣ୍ଟ ସ୍ମୀତାମୟୀ ମହାନ୍ତ,ଯୋଶମତୀ ମହାନ୍ତ,କରମୀ ବାସ୍କେ , ଅଧ୍ୟାପକ ଶ୍ରୀ ମାନସ ରଞ୍ଜନ ବେହେରା, ଯଯାତି କେଶରୀ ମହାନ୍ତ, ଲେବ ଆସିଷ୍ଟାଣ୍ଟ ବେଣୁଧର ମହାନ୍ତ, ଶୁଭ୍ରାଂଶ ତ୍ରିପାଠୀ, ଜୟ କୁମାର ସାହା , ପ୍ରମୁଖ ଉପସ୍ଥିତ ଛାତ୍ରୀ ମାନଙ୍କୁ ଭଲ ଶିକ୍ଷା ଗ୍ରହଣ କରିବା ସହ ଉଚ୍ଚକାଙ୍କ୍ଷି ହୋଇ ଭବିଷ୍ୟତ ଗଢିବା ନିମନ୍ତେ ବିଭିନ୍ନ ପ୍ରେରଣା ଦେଇ ଥିଲେ ।
ଗୁରୁ ପୂଜନ ଅବସରରେ ଦ୍ବିତୀୟ ବର୍ଷର ଛାତ୍ରୀ ମାନେ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମାନଙ୍କୁ ଶଙ୍ଖ ହୁଳହୁଳି ଦେଇ ବନ୍ଦାପନା ସହ ବିଭିନ୍ନ ଉପହାର ଦେଇ ସମ୍ମାନ ପ୍ରଦାନ କରିଥିଲେ। ଶେଷରେ ସୁଜାତା ନାଏକ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ର ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।