କରଞ୍ଜିଆ:-ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ସଡକ ସୁରକ୍ଷା ନିମନ୍ତେ ସଚେତନ କରାଇବା ଉଦ୍ଦେଶ୍ୟରେ ସ୍ମାର୍ଟ ଭେଲ୍ୟୁ ଓ ଏପିଏଲଏଲ ଅନୁଷ୍ଠାନ ଏବଂ କରଞ୍ଜିଆ ପୋଲିସ ର ମିଳିତ ଉଦ୍ୟମ ରେ ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ପୋଲିସ କର୍ମଚାରୀ ଙ୍କ ଏକ ସଚେତନ ସୋଭାଯାତ୍ରା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ କୁମାର ସୋଭାଯାତ୍ରା କୁ ଫିତାକାଟି ଶୁଭାରମ୍ଭ କରିଥିଲେ।ଉକ୍ତ ଅବସରରେ କରଞ୍ଜିଆ
ଥାନାଅଧିକାରୀ ଶ୍ରୀ ନିରୋଦ କୁମାର ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସୁତାର,,ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରକାଶ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।ତେବେ ଶ୍ରୀଯୁକ୍ତ କୁମାର ଏବଂ ଶ୍ରୀ ମଲ୍ଲିକ ଙ୍କ ସହ ଛାତ୍ର ଛାତ୍ରୀ ଓ ପୋଲିସ କର୍ମୀ ମାନେ ସଡକସୁରକ୍ଷାର ବିଭିନ୍ନ ସ୍ଲୋଗାନ ଦେବାସହ ସଚେତନ କାର୍ଡ ପ୍ରଦର୍ଶନ କରି ମିଳନ ପଡିଆ ଛକ ବଡଦାଣ୍ଡ ରାସ୍ତା ହୋଇ ସହର ପରିକ୍ରମା କରିଥିଲେ ।
ଏହି କାର୍ଯ୍ୟକ୍ରମ ଜରିଆରେ ଗାଡି ଚଳାଇବା ସମୟରେ ହେଲମେଟ ବ୍ୟବହାର, ମଦ୍ୟପାନ କରି ଗାଡ଼ି ନଚଳାଇବା, ବେପରୁଆ ଗାଡ଼ି ଚାଳନା ଏବଂ ଚାଳନା ସମୟରେ ମୋବାଇଲ ବ୍ୟବହାର ନକରିବା,ଟ୍ରାଫିକ ନିୟମ ମାନିବାକୁ ଲୋକଙ୍କୁ ସଚେତନ କରାଯାଇଥିଲା ।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।