ଅଙ୍ଗନୱାଡି ରେ ପୋକରା ସୁଜି ବଣ୍ଟନ। ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ହିତାଧିକାରୀ।

କରଞ୍ଜିଆ :- କେନ୍ଦ୍ର ସରକାର ସ୍ୱମନିତ ଶିଶୁ ବିକାଶ ଯୋଜନା ବା ଆଇ.ସି.ଡି.ଏସ ଯୋଜନା ମାଧ୍ୟମରେ ଶିଶୁ ଏବଂ ମାଁ ମାନଙ୍କ କୁପୋଷଣ କୁ ଦୁରକରାଯିବା ନିମନ୍ତେ ପୁଷ୍ଟଯୁକ୍ତ ଖାଦ୍ୟ ସାମଗ୍ରୀର ବଣ୍ଟନ କରାଯିବା ପ୍ରାବଧାନ ଥାଇ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ଶାସନ ସମୟରେ ମମତା ଯୋଜନା ଲାଗୁପରେ ଗର୍ଭବତୀ ମହିଳା ଏବଂ ଶିଶୁ ଙ୍କ ସୁପୋଷଣ ନିମନ୍ତେ ଛତୁଆ, ସୁଜି ହାଲୁଆ, ଅଣ୍ଡା,ବାଦାମ ଲଡ଼ୁ ସହ ବିଭିନ୍ନ ଔଷଧ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି।ତେବେ ଏହି ଯୋଜନା ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରହସନ ପାଲଟିଥିବା ପରିଲକ୍ଷିତ ହୋଇଛି। ଏହା ବର୍ତ୍ତମାନ କେବଳ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠେକାଦାର ଙ୍କ କବଳରେ।କୋଟି କୋଟି ଟଙ୍କା ବ୍ୟୟ କରି ତିଆରି କରିଯାଉଥିବା ଛତୁଆ,ହାଲୁଆ ସୁଜି ଆଦି ଅତ୍ୟନ୍ତ ନିମ୍ନମାନର ଏବଂ ବ୍ୟବହାର ଅନୁପୋଯୋଗି ହୋଇଥିବା ଦୃଷ୍ଟିରୁ ଲୋକେ ଏହାକୁ ଗାଈ,ଛେଳି,କୁକୁଡ଼ା ଆଦିଙ୍କୁ ଦେଉଥିବା ପରିଲକ୍ଷିତ ହୁଏ।

ତେବେ ବିଭିନ୍ନ ସମୟରେ ଏହାର ଅଭିଯୋଗ ଆସୁଥିବା ବେଳେ ପୁଣିଏକ ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ।ସୂଚନା ଅନୁଯାୟୀ କରଞ୍ଜିଆ ଏନଏସି ୧୫ନମ୍ବର ୱାର୍ଡ ଗଡ଼ସାହି ଅଞ୍ଚଳ ରେ ଆଇ.ସି.ଡି.ଏସ ଯୋଜନା ରେ ବଣ୍ଟନ କରାଯାଇଥିବା ସୁଜି ହାଲୁଆ ଗୁଡିକ ବ୍ୟବହାର ସମୟ ସରିଯାଇ ଏହା ଢେଲା ହୋଇ ବିଭିନ୍ନ ପୋକ ସାଲୁବାଲୁ ହେଉଥିବା ଦେଖି ଏହାକୁ ନେଇଥିବା ହିତାଧିକାରୀ ଅଙ୍ଗନୱାଡି କେନ୍ଦ୍ର ଠାରେ ଏହା ଫେରସ୍ତ କରିଥିବା ବେଳେ


ସ୍ଥାନୀୟ ଗଡ଼ ସାହି ବାସିନ୍ଧା ଅରୁଣ କୁମାର ବେହେରା ଙ୍କ ଘରେ ମଧ୍ୟ ଏହି ପୋକ ଥିବା ସୁଜି ଦିଆଯାଇଥିଲା ସେ ପ୍ୟାକେଟ ଖୋଲି ଦେଖିଲାବେଳେ ପ୍ୟାକେଟ ଭିତରେ ପୋକ ସାଲୁବାଲୁ ଦେଖି ତୁରନ୍ତ ସିଡ଼ିପିଓ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ ମାତ୍ର ସିଡ଼ିପିଓ ଅନୁପସ୍ଥିତ ଥିବାରୁ କରଞ୍ଜିଆ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରେମାଂଶୁ ଚାନ୍ଦ ଙ୍କୁ ସୁଜି ପ୍ୟାକେଟ ଦେଖାଇ ଅବଗତ କରିଥିଲେ।ତେବେ ଉପଜିଲ୍ଲାପାଳ ଘଟଣା କୁ ଗୁରୁତ୍ୱ ସହିତ ନେଇ ନିଜେ ଏହାର ତଦନ୍ତ କରିବେ ଓ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

 

ତେବେ ବର୍ଷ ବର୍ଷ ଧରି ଏଭଳି ନିମ୍ନମାନର ସାମଗ୍ରୀ ଅଙ୍ଗନୱାଡି ଗୁଡିକରେ ପ୍ରଦାନ କରାଯାଉଥିଲେ ମଧ୍ୟ ଏହା ଉପରେ ଦାୟିତ୍ୱ ରେ ଥିବା ଅଧିକାରୀ ବା ଅଧିକାରିଣୀ କୌଣସି ଦୃଷ୍ଟି ନଦେଇ ଦାୟିତ୍ବ ହିନତା ର ଉଦାହରଣ ନିଶ୍ଚିତ ଦେଇଛନ୍ତି।ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ସମୟ ରେ ବିଭାଗୀୟ ଟିମ ଉପସ୍ଥିତ ଥାଇ ମାନ ଉପରେ ଦୃଷ୍ଟି ଦେବାର ପ୍ରାବଧାନ ଥିଲେ ସୁଦ୍ଧା ୨୫/୬ତାରିଖରେ ପ୍ରସ୍ତୁତ ଖାଦ୍ୟ ୨/୯ କିଭଳି ବଣ୍ଟନ ହେଲା ଏହା ସମସ୍ତ ଙ୍କୁ ଚକିତ କରିବା ସହ ଦୁର୍ନୀତି ର ଅଧିକାରୀ ଙ୍କ ସମର୍ଥନ ର ଦୃଢ ସନ୍ଦେହ ସୃଷ୍ଟି କରିଛି।ଏଭଳି ଖାଦ୍ୟ ଖାଇ ମାଁ ଓ ଶିଶୁ ଙ୍କ ଯଦି ସ୍ୱାସ୍ଥ୍ୟ ହାନୀ ଘଟେ ତେବେ ଏଥିରେ ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ମାନନିୟ ଜିଲ୍ଲାପାଳ ଙ୍କ ଦୃଷ୍ଟି ଗୋଚର କରିବେ ବୋଲି ଶ୍ରୀ ଅରୁଣ ବେହେରା ପ୍ରକାଶ କରିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ବିଧାନସଭା ସରଗରମ ରହିଥିବା ବେଳେ ଏଭଳି ଦାୟିତ୍ୱହିନ ,ଲଜ୍ଜା ତଥା ସମ୍ବେଦନଶୀଳ ଘଟଣା ର ନିଷ୍କର୍ସ ପ୍ରଶାସନ କଣ କରୁଛନ୍ତି ଦେଖିବାକୁ ଅପେକ୍ଷା।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *