ବିଜେପି ଜିଲ୍ଲା କୃଷକ ମୋର୍ଚା ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ କର୍ମଶାଳା ଅନୁଷ୍ଠିତ ଓ ଜିଲ୍ଲା ସଂଯୋଜକ ନିଯୁକ୍ତି ।

କରଞ୍ଜିଆ:- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜେପି ଜିଲ୍ଲା କୃଷକ ମୋର୍ଚା ର ସଦସ୍ୟତା ସଂଗ୍ରହ ଅଭିଯାନ କର୍ମଶାଳା ତଥା ଜିଲ୍ଲା ସଂଯୋଜକ ନିଯୁକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ।ଉକ୍ତ କାର୍ଯ୍ୟକ୍ରମ ବିଜେପି ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲା କୃଷକ ମୋର୍ଚା ପକ୍ଷରୁ ସ୍ଥାନୀୟ ବାମନାଶାଳ ସମ୍ମିଳନୀ ମଣ୍ଡପ ଠାରେ ଠାରେ ଆୟୋଜିତ ହୋଇଥିବା ବେଳେ ଜିଲ୍ଲା କୃଷକ ମୋର୍ଚା ଜିଲ୍ଲା ସଭାପତି ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ କୃପାସିନ୍ଧୁ ମହାନ୍ତ ଯୋଗଦେଇ ସଦସ୍ୟତା ସଂଗ୍ରହ ବାବଦ ରେ ଉପସ୍ଥିତ ସଭ୍ୟ।ସଭ୍ୟା ମାନଙ୍କୁ ବିଭିନ୍ନ ସୂଚନା ଏବଂ ପରାମର୍ଶ ଦେଇଥିଲେ।ଉକ୍ତ ଅବସରରେ କୃଷକ ମୋର୍ଚା ରାଜ୍ୟ ସମ୍ପାଦକ ଶ୍ରୀ ପାରାଉ ହେମ୍ବ୍ରମ, ଜିଲ୍ଲା ପ୍ରଭାରୀ ଶ୍ରୀଧର ସାହା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀଯୁକ୍ତ ବିମଳ ସେନାପତି, ବରୁଣ ଦେଓ,ଯୁବ ସଂଗଠକ ଇଂ ମନୋଜ କୁମାର ସେଠୀ,ଜିଲ୍ଲା ସାଧାରଣ ସମ୍ପାଦକ ,ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀ ଝା ଙ୍କ ସମେତ ଜିଲ୍ଲା ର ସମସ୍ତ କୃଷକ ମୋର୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ତେବେ ଏ ଅବସରରେ ଯୁବସଂଗଠକ ଇଂ ମନୋଜ କୁମାର ସେଠୀ ଙ୍କୁ ଜିଲ୍ଲା କୃଷକ ମୋର୍ଚା ସଂଯୋଜକ ଭାବେ ନିଯୁକ୍ତି କରାଯାଇଥିବା ଜଣାପଡିଛି।ଈଂ ସେଠୀ ନୂତନ ଦାୟିତ୍ୱ।
ସଭ୍ୟ ସଂଗ୍ରହ ଅଭିଯାନ ରେ ଜିଲ୍ଲା କୃଷକ ମୋର୍ଚା ପକ୍ଷ ରୁ ୧୫ ହଜାର ସଦସ୍ୟ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଥିବା ସୂଚନା ଦିଆଯାଇଥିଲା

ମୟୁରଭଞ୍ଜ କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *