ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ରାଜନୀତି ବନ୍ଦ କର

ଭୁବନେଶ୍ୱର : ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ରାଜନୀତି ବନ୍ଦ କରି ରେଭେନ୍ସାରେ ଖାଲିପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ କରିବା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦେବାକୁ ଦାବି କରିଛନ୍ତି ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ନିର୍ବାଚିତ ପ୍ରତିନିଧି ମାନେ।

ଏକ ପ୍ରେସ ବିବୃତିରେ ରେଭେନ୍ସାର ପୂର୍ବତନ ସଭାପତି ଗଣେଶ ତ୍ରିପାଠୀ, ଶିବାଶିଷ ପ୍ରହରାଜ, ନସିମ ସରକାର, ପୂର୍ବତନ ସମ୍ପାଦକ ପାଭେଲ ପ୍ରିୟଦର୍ଶନ, ଦିଲ୍ଲୀପ ସ୍ୱାଇଁ, ସିଦ୍ଧାର୍ଥ ରଥ, ପୂର୍ବତନ ଉପ-ସଭାପତି ନିରୁପମା ବେହେରା, ଅଭିରାମ ବେହେରା, ଶିବାନୀ ସାହୁ, ସହ-ସମ୍ପାଦକ ସୁନିଲକାନ୍ତ ନାୟକ, ଭାଗ୍ୟରବି ଦାସ ପ୍ରମୁଖ ଏହି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *