କରଞିଆ :- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ସାମାଜିକ ଅନୁଷ୍ଠାନ ଇଟରନିଟୀ ଏବଂ ଚେତନା ପକ୍ଷରୁ ବିଶ୍ବ ଅଲିମ୍ପିକସ୍ ଓ ଭାରତର ସ୍ଥିତି ଶିର୍ଷକ ଏକ ମିଳତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଆଲୋଚନାଚକ୍ର ଇଟରନିଟୀ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ହରେକୃଷ୍ଣ ମହାନ୍ତ ଙ୍କ ପୌରହିତ୍ୟ ରେ
ସ୍ଥାନୀୟ ମଧୁ ବାରିଷ୍ଟର ମାର୍ଗ ଠାରେ ଅନୂଷ୍ଠିତ ହୋଇଥିବା ବେଳେ ଇଂ. ତ୍ରିଲୋଚନ ସେଠୀ ମୁଖ୍ୟ ଅତିଥୀ ଭାବେ ଯୋଗଦାନ କରିଥିଲେ।ଉକ୍ତ ଅବସର ରେ ଅଧ୍ୟାପକ ଶ୍ରୀଯୁକ୍ତ ଯଯାତି କିଶୋର ମହାନ୍ତ,ତଥା ଚେତନା ପରିବାର ସଭାପତି ଆଇନଜୀଵି ଶ୍ରୀଯୁକ୍ତ ସଞୟ କୁମାର ସାହୁ, ଗଵେଷକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ଦାଶ, ଅଧ୍ୟାପକ ଶ୍ରୀ ଜନ୍ନେଜୟ ଶତପଥୀ, ଵରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ, ସମାଜ ସେଵୀ ଶ୍ରୀ ସିଦ୍ଧାର୍ଥ ରାୟ ଏବଂ ଶ୍ରୀଯୁକ୍ତ ରାଧାଶ୍ୟାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ଆଲୋଚନା ରେ ଗ୍ରୀସ୍ ଓ ଭାରତ ମଧ୍ୟରେ ଥିଵା ଶହ ଶହ ଵର୍ଷ ର ଆଧ୍ୟାତ୍ମିକ ଓ ଦର୍ଶନ ଭିତ୍ତିକ ସମ୍ପର୍କ ଏବଂ ଅଲିମ୍ପକ୍ କ୍ରୀଡା ଓ ସେହି ମହାନ ଦେଶର ପରମ୍ପରା ଵିଷୟରେ ଶ୍ରୀ ହରେକୃଷ୍ଣ ମହାନ୍ତ ଆଲୋକ ପାତ କରି ନିଜ ବକ୍ତବ୍ୟ ରଖିଥିଲେ।
ସଭା ରେ ଶ୍ରୀ ଜଯାତି କେଶରୀ ମହାନ୍ତ ଭାରତ ସରକାର ନିଷ୍ଠାର ସହିତ ସ୍କୁଲ ସମୟ ରୁ ଖେଳାଳୀ ଚୟନ କରି ଅଲିମ୍ପିକ ପ୍ରସ୍ତୁତି ଉପରେ ଗୁରୁତ୍ବ ଦେବା ଉଚିତ ଵୋଲି ମତବ୍ୟକ୍ତ କରିଥିଲେ। ତେବେ ଭାରତୀୟ ମାନେ ଯଦି କ୍ରିକେଟ୍ ଛାଡି କ୍ରିଡା ପ୍ରତି ଆଗ୍ରହ ଦେଖାଇବେ ଓ ସରକାର ନିଷ୍ଠାପର ସହିତ ଵିନା ରାଜନୈତିକ ଅଭିସନ୍ଧି ରଖି ଖେଳାଳି ଙ୍କୁ ପ୍ରତ୍ସାହିତ କରିଵେ, ତେବେ ଭାରତ ବର୍ଷ ମଧ୍ୟ ଜାପାନ୍, ଚୀନ୍ ଭଳି ଅଲିମ୍ପିକ୍ ରେ ଗୋଲଡ୍ ମେଡାଲ ଜିତି ପାରିଵ ଵଲି ଅତିଥି ଗଣ ଆଲୋଚନା ରେ ମତପ୍ରକାଶ ପାଇଥିଲା।ଶେଷରେ ଶ୍ରୀ ସଞୟ କୁମାର ସାହୁ, ହରେକୃଷ୍ଣ ମହାନ୍ତ, ଭାଗବତ ଲେଂକା ଏବଂ ଯଯାତି କିଶୋର ମହାନ୍ତ ଙ୍କ ଦ୍ୱାରା ସ୍ବରଚିତ ବିଭିନ୍ନ କବିତା ପାଠ କରାଯାଇଥିଲା।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।