ବିଜାପୁର ଏସ ପି ଙ୍କ ନିକଟରେ ୨୫ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ୨୫ ଜଣ ମାଓବାଦୀ ସଙ୍ଗଠନ ଛାଡ଼ି ଜିଲ୍ଲା ପୋଲିସ ନିକଟରେ ଗତକାଲି ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ହାର୍ଡକୋର୍ ମାଓବାଦୀ ରହିଥ‌ିବା ବେଳେ ଅନ୍ୟମାନେ ହେଲେ ମାଓ ସଙ୍ଗଠନର ସଦସ୍ୟ ବୋଲି ସୂଚନା ମିଳିଛି।

ତେବେ ଏହି ସମସ୍ତ ମାଓବାଦୀଙ୍କ ନାମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ ୩୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ତେବେ ଏମାନେ ମାଓବାଦୀ ସଙ୍ଗଠନରେ ରହି ଅନେକ ବଡ଼ବଡ଼ ହିଂସାକାଣ୍ଡରେ ଜଡ଼ିତ ଥିବା ବେଳେ ସଙ୍ଗଠନରେ ନିଜର ନୀତି ଆଦର୍ଶ ହରାଉଥିବା ବେଳେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର କରୁଥିବାରୁ ଏମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ତେବେ ଏନେଇ ବିଜାପୁର ଏସ୍‌ପି ଜିତେନ୍ଦ୍ର ଯାଦବ ସମସ୍ତ ଆତ୍ମସମର୍ପଣକାରୀ ଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ସରକାରୀ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *