କରଞ୍ଜିଆ:- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ କୁଳିପୋଷି ପାଞ୍ଚାୟତ ଅଧିନ କଦାଡ଼ିହା ଭାଟି ସାହି ପ୍ରାଥମିକ ବିଦ୍ୟାଳୟ ରେ ଶ୍ରେଣୀ ରେ ପାଠ ପଢାଉଥିବା ସମୟରେ ଶ୍ରେଣୀ ଭିତରେ ପଶି ପଢ଼ାଉଥିବା ୨ ଶିକ୍ଷୟତ୍ରୀ ଙ୍କ ଠାରୁ ସୁନା ଚେନ ଓ କାନଫୁଲ ଦୁର୍ବୁର୍ତ୍ତ ମାନେ ଛଡାଇ ନେଇ ଚମ୍ପଟ ମାରିଥିବା ଜଣାପଡିଛି। ତେବେ ସୂଚନାଅନୁଯାୟୀ ଉକ୍ତ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସାବିତ୍ରୀ ପାତ୍ର ପାଠ ପଢ଼ାଉଥିବା ସମୟ ରେ ଦୁଇଜଣ ଦୁର୍ବୁର୍ତ୍ତ ତାଙ୍କ ବେକରୁ ଚେନ ଛଡାଇବାକୁ ଉଦ୍ୟମ କରିବାବେଳେ ସେ ଚିତ୍କାର କରିଥିଲେ,ଚିତ୍କାର ଶୁଣି ପ୍ରଧାନ ଶିକ୍ଷୟିତ୍ରୀ ରୁକ୍ମଣୀ ମହାନ୍ତ ତାଙ୍କୁ ରକ୍ଷା କରିବା ନିମନ୍ତେ ସେଠାରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ଦୁର୍ବୁତ୍ତ ଆକ୍ରମଣ କରି ଜରକରି ତାଙ୍କର ଚେନ ଓ କାନଫୁଲ ଛଡେଇ ନେଇଥିଲେ।
ତିନି ଜଣ ଦୁର୍ବୃଙ୍କ ମଧ୍ୟରୁ ଜଣେ ବାଇକ ସହ ବାହାରେ ଅପେକ୍ଷା କରି ରହିଥିଲା । ଦୁଇ ଦୁର୍ବୁତ ଗହଣା ଲୁଟ କରି ବାଇକ ଯୋଗେ ଠାକୁରମୁଣ୍ଡା ରାସ୍ତା ରେ ଚମ୍ପଟ ମାରିଥିଲେ ।
ତେବେ ଆନୁମାନିକ ପଚିଶ ରୁ ତିରିଶ ଗ୍ରାମ ର ସୁନା ଚୋରି ହୋଇଥିବା ଶିକ୍ଷୟିତ୍ରୀ ଙ୍କ ଠାରୁ ସୂଚନା ମିଳିଛି। ଖବର ପାଇ କରଞ୍ଜିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ନିରଦ କୁମାର ମଲ୍ଲିକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ସିସିଟିଭି କ୍ୟାମେରା ଫୁଟେଜ ଆଧାର ରେ ତଦନ୍ତ ଜାରୀ ରଖିବାସସ ୩୦୯ଦଫା ବିଶିଷ୍ଟ ୨୫୨ ନମ୍ବର ରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।
ମୟୂରଭଞ୍ଜ , କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।