ନୂତନ ଜିଲ୍ଲାପାଳ ଙ୍କୁ ସାକ୍ଷାତ କଲେ ଘରୋଇ ବସ ମାଲିକ ସଙ୍ଘର କର୍ମକର୍ତ୍ତା

ମାଲକାନଗିରି , ଗତକାଲି ସଂଧ୍ୟାରେ ଘରୋଇ ବସ ମାଲିକ ସଙ୍ଘର ସଭାପତି ରଜେଶ୍ୱରି ପ୍ରଧାନ ଓ ସମ୍ପାଦକ ଇ . ଭେଙ୍କଟ ରାଓ ଙ୍କ ସହ ଅନ୍ଯ କର୍ମକର୍ତ୍ତା ମାନେ ନୂତନ ଜିଲ୍ଲାପାଳ ଙ୍କୁ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ବସ ଚଳାଚଳ ଉପରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ରାଜ୍ୟ ସରକାରଙ୍କ ତରଫରୁ ଲକ୍ଷ୍ମୀ ବସ ଚାଲିଥିବା ବେଳେ ନୂଆ ସରକାର ଆସିବାର କିଛି ଦିନ ପରେ ଲକ୍ଷ୍ମୀ ବସର ଏ ସି ବସ୍ ଗୁଡିକୁ ପ୍ରତ୍ୟେକଟି ରୁଟ ରୁ ଜିଲ୍ଲାରେ ବନ୍ଦ କରିଦିଆ ଜାଇ ଥିଲା । କିନ୍ତୁ ପୁଣି ଦୁଇଦିନ ପୂର୍ବରୁ ଜିଲ୍ଲାରେ ଗଡ଼ିଲା ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଏସି ବସ। ସରକାରଂକ ଏସି ବସ ଚାଲିବା ପରେ ଘରୋଇ ବସ ଗୁଡିକୁ ଚଳାଇବାରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏହି ବିଷୟରେ ଆଲୋଚନା କରିବା ପରେ ଜିଲ୍ଲାପାଳ ଏମାନଙ୍କ ଉତ୍ତର ରେ ଏହା ରାଜ୍ୟ ସରକାରଙ୍କ ଯୋଜନା ସେଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ପ୍ରକାଶ କରିଥିଲେ । ଏହି ସୌଜନ୍ୟ ମୂଳକ ସାକ୍ଷାତକାର ରେ ଘାରୋଇ ବସ ମାଲିକ ସଂଘ ର ଅନ୍ଯ ସଦସ୍ୟ ମାନଙ୍କ ମଧ୍ୟରେ ସଙ୍ଘର ପି. ରାଜେଶ୍ ପାତ୍ର, ସପନ ଦତ୍ତ, ସୁନିଲ ଦତ୍ତ, ସପନ ଦତ୍ତ , ରବି ଖୋରା , ଛବି ଦାସ , ଆଶୋକ ରାଉତ ଙ୍କ ସମେତ ଅନ୍ଯ ମାଲିକ ମାନେ ଉପସ୍ଥିତ ଥିଲେ ।

ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *