କଟକ : ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସଂଘ ଏବଂ ୟଙ୍ଗ ଜେନେରେସନ ଟେବୁଲ ଟେନିସ ସଂଘର ମିଳିତ ଆନୁକୂଲ୍ୟରେ ସି ଡ଼ି ଏ ସେକ୍ଟର-୭ସ୍ଥିତ ୫ମ ଆନ୍ତଃ ବିଦ୍ୟାଳୟ ଏବଂ ୨୯ତମ ରେଙ୍କିଙ୍ଗ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ୩୦୦ରୁ ଊର୍ଦ୍ଧ୍ବ ଛାତରଛାତ୍ରୀ ଏବଂ ୨୦୦ରୁ ଊର୍ଦ୍ଧ୍ବ ରେଙ୍କିଙ୍ଗ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସଂଘର ସଭାପତି ତଥା ଗ୍ରାମ୍ୟ ଉନ୍ନୟନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଜି ଏସ ଟି କମିଶନର ସଂଜୟ କୁମାର ସିଂଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଓ ପ୍ରଚେଷ୍ଟାରେ ଅଗଷ୍ଟ ୧୨ତାରିଖରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇ ଆଜି ୧୭ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।
ରାଜ୍ୟରେ ଟେବୁଲ ଟେନିସ କ୍ରୀଡାର ପ୍ରଚାର ପ୍ରସାର ସହ କ୍ରୀଡ଼ାର ଉନ୍ନତି ତଥା ପ୍ରତିବାଭାନ ଖେଳାଳୀ ସୃଷ୍ଟି କରିବାର ଆବଭିମୁଖ୍ୟା ରଖି ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ କରାଯାଉଛି । ଟେବୁଲ ଟେନିସ ଖେଳ ଦିନକୁ ଦିନ ବୃଦ୍ଧି ପାଇବାର ପରିଲକ୍ଷିତ ହେଉଛି ବୋଲି ସଭାପତି ଶ୍ରୀ ସିଂ ପ୍ରକାଶ କରିବା ସହ ସଂଘ ପକ୍ଷରୁ ଟେବୁଲ ଟେନିସ କ୍ରୀଡ଼ା ପାଇଁ ଭିତ୍ତଭୂମିର ଅଧିକ ସୁଦୃଢ କରାଯିବ ଏବଂ ଖେଳାଳୀ ମାନଙ୍କର ମନୋବଳ ବୃଦ୍ଧି କରିବା ସହ ସରକାରଙ୍କ ପକ୍ଷରୁ ଆବଶ୍ୟକ ସମସ୍ତ ସହଯୋଗ କରାଯାଉଛି ବୋଲି ଏହି ଉଦଯାପନୀ ଅବସରରେ କହିଥିଲେ। ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବସେବା ପ୍ରମୁଖ ଶାସନ ସଚିବ ଭସ୍କର ଜ୍ୟୋତି ଶର୍ମା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଉଦଯାପନୀ ଅବସରରେ ବିଭିନ୍ନ ବର୍ଗର କୃତିପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ସଭାପତିଙ୍କ ଉପସ୍ଥିତିରେ ପୁରସ୍କୃତ କରିଥିଲେ। ଓଡ଼ିଶା ଟେବୁଲ ଟେନିସ ସଂଘର ସଂପାଦକ ରବୀନ୍ଦ୍ର ପରିଡ଼ା ସ୍ବାଗତ ପୂର୍ବକ ପ୍ରତିଯୋଗିତା ସଂମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଉଭୟ ସଙ୍ଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।