ଫାଇଲେରିଆ ନିରାକରଣ ପାଇଁ କରଞ୍ଜିଆ ମହିଳା ମହାବିଦ୍ୟାଳୟ ଠାରେ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ।

କରଞ୍ଜିଆ:–କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଲେରିଆ ବା ବାତଜ୍ୱର ଭୟାବହତା କୁ ପ୍ରତିହତ କରିବା ନିମନ୍ତେ ଦଶଦିନିଆ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ଓ ରେଡରିବନ କ୍ଲବ ମିଳିତ ଆନୁକୂଲ୍ୟରେ ରେ ସମୂହ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ ଉପସ୍ଥିତ ଥିବା ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଫାଇଲେରିଆ ର ଭୟାବହତା ଓ ସୁରକ୍ଷିତ ରହିବା ପାଇଁ ସଚେତନ କରାଇବା ସହ ସମସ୍ତେ ନିଶ୍ଚିତ ଉକ୍ତ ଔଷଧ ସେବନ କରିବା ପାଇଁ ଛାତ୍ରୀ ମାନଙ୍କ ସହ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ମାନଙ୍କୁ ଶ୍ରୀ ପୃଷ୍ଟି ପରାମର୍ଶ ଦେଇଥିଲେ ।

ଯୁବ ରେଡକ୍ରସ ପରାମର୍ଶ ଦାତା ଓଡ଼ିଆ ଅଧ୍ୟାପକ ଶ୍ରୀ ମାନସ ରଞ୍ଜନ ବେହେରାଙ୍କ ନେତୃତ୍ବ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ସହ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *