କରଞ୍ଜିଆ-,:ରାଜ୍ୟ ସରକାରଙ୍କ ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବନ୍ୟପ୍ରାଣୀ ସୁରକ୍ଷା ନେଇ ରେପିଡ୍ ରେସ୍ପୋନ୍ସ ଟିମ ସଦସ୍ୟ ମାନଙ୍କୁ କର୍ମଶାଳା ଜରିଆରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଆର ଆର ଟି ସଦସ୍ୟ ମାନଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଏବଂ ଅସୁରକ୍ଷିତ ଏବଂ ଅସୁସ୍ଥ ଜିବଜନ୍ତୁ ଙ୍କୁ ଉଦ୍ଧାର ନିମନ୍ତେ ନିଶ୍ଚେତକ ପ୍ରୟୋଗ ସମ୍ପର୍କରେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କର୍ମଶାଳା ବନଖଣ୍ଡ କାର୍ଯ୍ୟାଳୟ ସଭାଗୃହ ଠାରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ନାଏକ ଙ୍କ ଅଧ୍ୟକ୍ଷତା ଏବଂ, ଅତିରିକ୍ତ ବନ ସଂରକ୍ଷକ ଶ୍ରୀଯୁକ୍ତ ଫାଲ୍ଗୁନୀ ବେହେରା ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିବା ବେଳେ ବାରିପଦା ଡେପୁଟି ବନସଂରକ୍ଷକ ଶ୍ରୀଯୁକ୍ତ ତପନ କୁମାର ପରିଡା, ଅତିରିକ୍ତ ବନ ସଂରକ୍ଷକ ଶ୍ରୀ ମୋଦନ ମୋହନ ମହାନ୍ତ, ଏସ.ଟି. ଆର. ୱାଇଲଡ ଲାଇଫ ପ୍ରଶିକ୍ଷକ ଶ୍ରୀ ସ୍ୱରୂପ ଫୁଲ୍ଲନଣ୍ଟନ ଯୋଗ ଦେଇଥିଲେ।ପ୍ରଶିକ୍ଷକ ଶ୍ରୀ ଫୁଲ୍ଲଣ୍ଟନ ଉପସ୍ଥିତ ସଦସ୍ୟ ଙ୍କୁ ପ୍ରଥମେ ସିଦ୍ଧାନ୍ତ ମୂଳକ ପ୍ରଶିକ୍ଷଣ ଦେବାସହ ପରେ ମୋକଡ୍ରିଲ ମାଧ୍ୟମରେ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହାଦ୍ବାରା ଅସୁରକ୍ଷିତ ତଥା ଅସୁସ୍ଥ ବନ୍ୟପ୍ରାଣୀ ଙ୍କୁ ଅଚେତ କରି ସୁରକ୍ଷିତ ଭାବେ ଚିକିତ୍ସା ତଥା ସ୍ଥାନାନ୍ତରିତ କରିପାରିବେ। ସେନେଇ ନିଶ୍ଚେତକ ପ୍ରୟୋଗ ସମ୍ପର୍କରେ ଏବଂ ନିଶ୍ଚେତକ ଉପକରଣ ସମ୍ବନ୍ଧରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ପରେ ମୋକଡ୍ରିଲ ମାଧ୍ୟମରେ ଏହାର ବ୍ୟବହାର ଏବଂ ପ୍ରୟୋଗ ର କୌଶଳ ପ୍ରଦର୍ଶନ କରିଥିଲେ। ଉକ୍ତ ଅବସରରେ କରଞ୍ଜିଆ ରେଞ୍ଜ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସ୍ୱାଇଁ, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଶ୍ରୀ କିଶୋର କୁମାର ପାଣିଗ୍ରାହୀ, ବନପାଳ ଶ୍ରୀ ହରିଶଚନ୍ଦ୍ର ବେହେରା, କର୍ମଚାରୀ ଗୁରୁସଦୟ ପ୍ରଭାତକୁମାର ଦାସ ଙ୍କ ସହ ସମସ୍ତ କର୍ମଚାରୀ ମାନେ ଯୋଗଦେଇ ଉକ୍ତ ପ୍ରଶିକ୍ଷଣ ନେଇଥିଲେ ।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ ।