ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି ଆଲୋଚନା

ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଦିଗରେ ଏକ ପ୍ରତିନିଧି ଦଳ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ସହିତ ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ଜଣାଯାଇଛି । ପ୍ରତିନିଧିମାନଙ୍କ ମଧ୍ୟରେ ଶିକ୍ଷାବିତ ତଥା ସମାଜସେବୀ ଦୁର୍ଗା ପ୍ରସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ କେଶବ ଚନ୍ଦ୍ର ନାୟକ ଏବଂ ସମାଜସେବୀ କେ. ଦେଶୀରାଜୁ ଆଚାରୀ ଅନ୍ତର୍ଭୁକ୍ତ । ମାଲକାନଗିରି ଜିଲ୍ଳା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁଙ୍କ ସହିତ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ଛାତ୍ରଛାତ୍ରୀମାନେ ଅଧାରୁ ପାଠ ପଢା ଛାଡିବା,ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ଓଡିଆ ଏବଂ ଇଂରାଜୀ ଭାଷାରେ ଛାତ୍ରଛାତ୍ରୀମାନଙ୍କ ଲେଖିବା ଏବଂ କହିବା ଉପରେ କିପରି ପାରଙ୍ଗମ ହୋଇଥିବେ,ସେ ଦିଗରେ ଧ୍ୟାନାକର୍ଷଣ କରିଥିଲେ। ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ବୃଦ୍ଧି ସାଙ୍ଗକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗୁଡିକର ସମସ୍ୟା ସମ୍ପର୍କରେ ମଧ୍ୟ୍ୟ ଆଲୋଚନା ହୋଇଥିଲା ।

ବିଦ୍ୟାଳୟଗୁଡିକରେ ଏସଏସସି ନାମକୁ ମାତ୍ର ଗଠନ କରାଯାଇଥିଲା ବେଳେ ସେହି କମିଟି ର କାର୍ଯ୍ୟ ଯାହା ତାହା କାର୍ଯ୍ୟକାରୀ ହେଉ ନାହିଁ। ଭବିଷ୍ୟତରେ ଏ ସମ୍ପର୍କରେ ତଦାରଖ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀସାହୁ ପ୍ରତିଶ୍ରୁତି ଦେଇଥିଲେ । ଏହା ଛଡ଼ା ଜିଲ୍ଲାରେ ଥିବା ସରକାରୀ ଅନୁଦାନ ପ୍ରାପ୍ତ ୧୦ମ ଓ +୨ ବିଦ୍ୟାଳୟ ଗୁଡିକରେ ପ୍ରଧାନ ଶିକ୍ଷକ ଏବଂ ଅଧ୍ୟକ୍ଷମାନେ ୨୦ ରୁ ୨୫ ବର୍ଷ ଧରି ରହିଥିବା ଯୋଗୁଁ ଅଧିକାଂଶ ସମୟରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି । ଏଣୁ ସେମାନଙ୍କୁ ଜିଲ୍ଲା ମଧ୍ୟରେ ଡେପୁଟିସନ କରାଗଲେ ଶିକ୍ଷା ବ୍ଯବସ୍ଥାରେ ସୁଧାର ଆସିବ ବୋଲି ପରାମର୍ଶ ପ୍ରଦାନ କରାଯାଇଥିଲା।ଏ ଦିଗରେ ଜିଲ୍ଲାପାଳ କିମ୍ବା ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ଶିକ୍ଷାଧିକାରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଏଥି ସହିତ କିଭଳି ନିୟମିତ କ୍ଲାସ ହେବ ଓ ପରୀକ୍ଷା ଫଳାଫଳ ଜିଲ୍ଲାରେ ସନ୍ତୋଷ ଜନକ ହେବ ପ୍ରଧାନ ଶିକ୍ଷକମାନଙ୍କ ସହ ସମୀକ୍ଷା କରିବେ ବୋଲି ମଧ୍ୟ୍ୟ ପ୍ରତିଶୃତି ଦେଇଥିଲେ । ପ୍ରକାଶ ଥାଉ କି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁ ମାଲକାନଗିରି ଭଳି ଏକ ଅନଗ୍ରସର ପଛୁଆ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସୁଧାର ଆଣିବା
ସଂକଳ୍ପ ବଦ୍ଧ ଥିବାରୁ ତାଙ୍କୁ ସାକ୍ଷାତ କରିଥିବା ପ୍ରତିନିଧି ଦଳ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *