ଭାଜପା ନେତ୍ରୀ ସୁଶ୍ରୀ ନିବେଦିତା ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ

କଟକ: ଭାଜପା ନେତ୍ରୀ ସୁଶ୍ରୀ ନିବେଦିତା ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ ପୂର୍ବାହ୍ନ ରେ କଟକ ମହାନଗର ନିଗମ ତରଫରୁ ସିଡିଏ ୯ ନମ୍ୱର ରେ ଏକ ପାର୍କ ତାଙ୍କ ନାମରେ ନାମିତ ହୋଇ ସେଠାରେ ତାଙ୍କ ପ୍ରତିମୂର୍ତ୍ତି କଟକ ମେୟର ଓ ସାଂସଦ ଙ୍କ ଦ୍ୱାରା ବହୁ ଗଣ୍ୟମାନ୍ୟଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା। ପରେ ପରେ ଉଇଣ୍ଡ ସର ପ୍ଲେସ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ସନ୍ଧ୍ୟାରେ ସେହିଠାରେ ସ୍ମୃତି ସଂସଦ ତରଫରୁ ପୂର୍ବତନ ମନ୍ତ୍ରୀ ଭାଜପା ନେତା ସମୀର ଦେ ଙ୍କ ସଭାପତିତ୍ବ ରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏକ ହଜାର ରୁ ଉର୍ଦ୍ଧ ସହରର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ସଭା ପରିଚାଳନା କରିଥିଲେ ବେତାର ଘୋଷକ ବିଜୟ ମଲ୍ଲ ଏବଂ ଅତିଥି ଭାବେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ରାଜ୍ୟ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, କଟକ ସାଂସଦ ଭର୍ତ୍ତୁହରି ମହତାବ, ପୂର୍ବତନ ବିଚାରପତି ମନୋରଞ୍ଜନ ମହାନ୍ତି, ମେୟର ସୁବାଷ ସିଂ, କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ଅଧିବକ୍ତା ସୌରଚନ୍ଦ୍ର ମହାପାତ୍ର,ଶାନ୍ତି କମିଟି ସମ୍ପାଦକ ଭିକାରୀ ଦାସ, ପୂର୍ବତନ ମେୟର ପିଣ୍ଟୁ ଘୋଷ, ପୂର୍ବତନ ରାଜ୍ୟ ଭାଜପା ନେତ୍ରୀ ସ୍ବାଧୀ ବ୍ରତତି ଚାଟାର୍ଜି, ଭାଜପା ନେତା ସୁଦୀପ୍ତ ରା଼ୟ ଓ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ତାଙ୍କ ସ୍ମୃତିଚାରଣ କରିଥିଲେ। ବ୍ୟବସ୍ଥା ପରିଚାଳନା କରିଥିଲେ ଭବାନୀ ଶଙ୍କର ମିଶ୍ର ଏବଂ ଧନ୍ୟବାଦ ଦେଇଥିଲେ ତାଙ୍କ ବନ୍ଧୁ ସହକର୍ମୀ ଶିବା ମହାନ୍ତି।

Leave a Reply

Your email address will not be published. Required fields are marked *