।କରଞ୍ଜିଆ: -ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାର ଦାସ ସାହିର ଜଣେ ଯୁବକଙ୍କୁ ତରାମରା ଗ୍ରାମରେ ଗତ ଶନିବାର ଜଣେ ଯୁବକ କୁ ପ୍ରବଳ ମାଡ଼ ପରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l
ଘଟଣାରୁ ପ୍ରକାଶଯେ, ଠାକୁରମୁଣ୍ଡା ଦାସ ସାହିର ଦୁର୍ଯ୍ୟୋଧନ ବାହୁବଳେନ୍ଦ୍ରଙ୍କ ପୁଅ ସନ୍ତୋଷ (୨୫) ଗତ ଶନିବାର ରାତିରେ ତରାମରା ଗ୍ରାମର ବୀରେନ୍ଦ୍ର ବେହେରାଙ୍କ ଘରକୁ ବୁଲିବାକୁ ଯାଇଥିଲେ l ସାଙ୍ଗରେ ଥିଲେ କକା ପୁଅ ଗୁରୁଦେବ l
ଉଭୟ ବୀରେନ୍ଦ୍ରଙ୍କ ପାଖରେ ସନ୍ଧ୍ୟାରେ ପହଞ୍ଚିବା ପରେ ମିଳିମିଶି ପତ୍ରତୋଳା ସାହିକୁ ମଦ ପିଇବାକୁ ଯାଇଥିଲେ lସେଠାରୁ ଫେରି ନିଶା କମ ହେବାରୁ ସନ୍ତୋଷ ଆହୁରି ପିଇବାକୁ ଦାବି କରିବାରୁ ହୁଡ଼ି ସାହି ଯାଇ ମଦ ପିଇଲେ l ସେଠାରୁ ଫେରି ଗାଁ ଛକରୁ ଠାକୁରମୁଣ୍ଡାକୁ ଫେରିଯିବାକୁ କହି ନିଜ ଘରକୁ ଫେରିଯାଇଥିଲା ବୀରେନ୍ଦ୍ର l ବୀରେନ୍ଦ୍ର ଯିବା ପରେ ସନ୍ତୋଷ ଏବଂ ସ୍ଥାନୀୟ ପିଲାମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା l
ଫଳରେ ସ୍ଥାନୀୟ ପିଲା ସନ୍ତୋଷକୁ ମାଡ଼ ଦେଇଥିଲେ l ଗଣ୍ଡଗୋଳ ଖବର ପାଇ ପରିବାର ଲୋକେ ଅଟୋ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତି ୧୧ ଟା ବେଳକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ମାତ୍ର ସ୍ଥିତି ଗୁରୁତର ଥିବାରୁ ସନ୍ତୋଷ ଏବଂ ଗୁରୁଦେବ କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା l ରବିବାର କରଞ୍ଜିଆ ସ୍ଥାନାନ୍ତର କରାଯାଇଥିଲା l କରଞ୍ଜିଆ ପହଞ୍ଚିବା ପୁର୍ବରୁ ରାସ୍ତାରେ ସକାଳ ୯ ଟା ସମୟରେ ସନ୍ତୋଷର ପ୍ରାଣବାୟୁ ଉଡିଯାଇଥିଲା l କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ମୃତ୍ୟୁ ପରେ ପରିବାର ପକ୍ଷରୁ ଠାକୁରମୁଣ୍ଡା ଥାନାରେ ରବିବାର ରାତିରେ ଏତଲା ଦାଏର ପରେ ପୋଲିସ ତଦନ୍ତ ଆରମ୍ଭ କରିଛି l ଶବ ବ୍ୟବଛେଦ ପରେ ଆଜି ଦିନ ୩ଟା ରେ ଏକ ଆମ୍ବୁଲାନ୍ସ ରେ ଶବ ଆସି ବାରୁ ସନ୍ତୋଷ ର ପରିବାର ଲୋକ ଗ୍ରାମ ବାସୀ ଆମ୍ବୁଲାନ୍ସ କୁ ରାସ୍ତାରେ ଅଟକାଇ ଆସାମୀ କୁ ଗିରଫ ଦାବିରେ ରାସ୍ତା ଅବରୋଧ କରିଥିଲେ ।ପୋଲିସ ପହଞ୍ଚି ବୁଝାଇ ସନ୍ତୋଷର ବନ୍ଧୁ ବୀରେନ୍ଦ୍ରକୁ ଅଟକ ରଖି ଆସାମୀଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ଏବଂ ଖୁବ ଶୀଘ୍ର ଆସାମୀ ଧରାପଡ଼ିବେ ବୋଲି ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ସୂଚନା ଦେବା ପରେ ରାସ୍ତା ଅବରୋଧ ହଟିଥିଲା l
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।