ଅଟଳ ଫାଉଣ୍ଡେସନ ଫର ଇଣ୍ଟିଗ୍ରେଟେଡ ହ୍ୟୁମାନ ଡେଭେଲପମେଣ୍ଟ ର ଜଳବାୟୁ ପରିବର୍ତ୍ତନର ଆବଶ୍ୟକତା ର ସଚେତନତା ଅଭିଯାନ ।

କରଞ୍ଜିଆ,:-ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ପରିବେଶ ସୁରକ୍ଷା ଭଳି ଏକ ମହତ୍ବାକାଂକ୍ଷୀ ଯୋଜନାକୁ ସର୍ବସାଧାରଣଙ୍କ ଠାରେ ପହଞ୍ଚାଇବା ନିମନ୍ତେ ଅଟଳ ଫାଉଣ୍ଡେସନ ଫର ଇଣ୍ଟିଗ୍ରେଟେଡ ହ୍ୟୁମାନ ଡେଭେଲପମେଣ୍ଟ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ମାଁ କୀଚକେଶ୍ୱରୀ ପୀଠ ଖିଚୀଂ ସ୍ଥିତ ପାନ୍ଥ ନିବାସ ପରିସର ରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯକର୍ମ ଅନୁଷ୍ଠିତ ହେଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଟ୍ରଷ୍ଟର କୋଷାଧାକ୍ଷ ଶ୍ରୀଯୁକ୍ତ ମନମୋହନ ରଥ ,ଟ୍ରଷ୍ଟ ବୋର୍ଡ ସଦସ୍ୟ ଶ୍ରୀ ଅଜିତ କୁମାର ସ୍ବାଇଁ, ଶ୍ରୀ ରଞ୍ଜିତ କୁମାର ବେହେରା,

ସ୍ଵେଚ୍ଛାସେବୀ ଶ୍ରୀ ପ୍ରକାଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ମିଳିତ ଜାତିସଂଘର ଏକ ବିବରଣୀରୁ ଜଣାଯାଏ ଯେ ଆଗାମୀ ୨୦ ରୁ ୩୦ ବର୍ଷ ମଧ୍ୟରେ ଭାରତରେ ଉତ୍ତାପ ବୃଦ୍ଧି ଘଟିବା ଫଳରେ ମରୁଡି, ବନ୍ୟା ଓ ଘୂର୍ଣିବାତ୍ୟା ଆଦି ପ୍ରବଳରୁ ପ୍ରବଳତ୍ତର ହୋଇ ଭାରତ ରେ ଏହାର ବ୍ୟାପକ ପ୍ରଭାବ ପଡିବା ସୂଚନା ମିଳିଛି । ତେବେ ଏଭଳି ବିପର୍ୟୟରୁ ରକ୍ଷା ପାଇବାପାଇଁ ହେଲେ ଜଳବାୟୁ ପରିବର୍ତ୍ତନର ନିତାନ୍ତ ଆବଶ୍ୟକ ରହିଥିବା ବେଳେ ଭାରତ ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମକୁ ସର୍ବସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ।ଏ ନେଇ ଜାତୀୟ ସୌର ଶକ୍ତିମିଶନ, ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ ମିଶନ, ବନୀକରଣ ଆଦି ସରକାରଙ୍କ କାର୍ଯ୍ୟକ୍ରମକୁ ଜନସାଧାରଣ କିପରି ସହଯୋଗ ଓ ସମର୍ଥନ କରିବେ ଏହି ଉଦ୍ଦେଶ୍ୟ ରେ
ଅଟଳ ଫାଉଣ୍ଡେସନ ଫର ଇଣ୍ଟିଗ୍ରେଟେଡ ହ୍ୟୁମାନ ଡେଭେଲପମେଣ୍ଟ ର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । କାର୍ଯ୍ୟକ୍ରମ ଅବସରରେ ଫାଉଣ୍ଡେସନ ର ସମ୍ପାଦକ ଶ୍ରୀଯୁକ୍ତ ଅଜିତ ରାୟ ବଘେଲ , ଭାରତ ବର୍ଷର ସନାତନ ସଭ୍ୟତା ଆମକୁ ପ୍ରକୃତିର ଦମନ ପରିବର୍ତ୍ତେ ଯତ୍ନ କରିବା ଆମ ମାନଙ୍କ କର୍ତବ୍ୟ ବୋଲି ଶିକ୍ଷା ଦେଉଥିବା ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।

ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡ ର ସଦସ୍ୟ ଇଂ. ଦିଲୀପ କୁମାର ମହାପାତ୍ର ପ୍ରକୃତି ସହିତ ଭାରସାମ୍ୟ ରକ୍ଷା କରି ମଧ୍ୟ ଆଧୁନିକ ଜୀବନ ଯାପନ କରିବା ସମ୍ଭବପର ବୋଲି ମତପୋଷଣ କରିଥିଲେ । ଏହି କାର୍ଯକର୍ମରେ ଶେଷରେ ଅଟଳ ଫାଉଣ୍ଡେସନର ସଂସ୍ଥାପିକା ଶ୍ରୀମତୀ ଲୋପାମୁଦ୍ରା ରାୟ ବଘେଲ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟ ତଥା ଜନସାଧାରଣ ଙ୍କୁ କୃତଜ୍ଞତା ରସହ ଧନ୍ୟବାଦ ଅର୍ପଣ କରିଥିଲେ।ଖୀଚୀଂ ପାନ୍ଥନିବାସ କର୍ମଚାରୀ , ସ୍ଥାନୀୟ ସ୍ୱେଚ୍ଛାସେବୀ ଙ୍କ ସହ ବହୁସଂଖ୍ୟାକ ଜନସାଧାରଣ କାର୍ଯ୍ୟକ୍ରମ ରେ
ଯୋଗ ଦେଇଥିବା ପରିଲକ୍ଷିତ ହୋଇଛି।

ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *