କରଞ୍ଜିଆ-:)ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ଯାହା ଆୟତନ ଦୃଷ୍ଟିରୁ ଦଶଟି ଗ୍ରାମପଞ୍ଚାୟତ ରହିଛି ବ୍ଲକରେ ଏବଂ ୯୦ ଟି ରାଜସ୍ବ ଗ୍ରାମ ରହିଛି। ୧୮୬୧ ମସିହାରେ ସ୍ଥାପିତ ହୋଇଛି ବ୍ଲକ୍। ଖିଚିଂ ଠାରୁ ଶୁକୃଳି ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ଵରେ ଅବସ୍ଥିତ। ବ୍ଲକ୍ ସ୍ଥାପିତ ହେବା ପରେ ବ୍ଲକ୍ କାର୍ଯ୍ୟାଳୟ ଆଗରେ ବ୍ଲକ୍ ର ସଭା ବର୍ଦ୍ଧନ ପାଇଁ ଲାଗିଥିଲା ବୃକ୍ଷ। ଯାହାକି ଓଡ଼ିଆ ଅସ୍ମିତାକୁ ବହନ କରିବା ସହିତ ଐତିହକୁ ବହନ ମଧ୍ୟ କରୁଥିଲା ଏହିବୃକ୍ଷ। ବୃକ୍ଷ କିଏ ଲଗାଇଥିଲେ ଲୋକ ଭୁଲିଗଲେଣି କିନ୍ତୁ ଆଜି ପର୍ଯ୍ୟନ୍ତ ଦଣ୍ଡାୟମାନ ଥିଲା ।

ବୃକ୍ଷ ଗୁଡ଼ିକ କାହାର କେବେ କିଛି କ୍ଷତି କରି ନ ଥିଲେ କାହାଠୁ କେବେ କିଛି ନେଇ ନ ଥିଲେ କେବଳ ଦେଇ ଚାଲିଥିଲେ ଛାଇ। କିନ୍ତୁ ଦୁର୍ଭାଗ୍ୟର କଥା ଶୁକୃଳି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚାରୋଟି ଗଛ କାଟି ପକାଇଲେ। କାହାରି ପରାମର୍ଶ ବି ନେଲେନି କି କୌଣସି ଜନ ପ୍ରତିନିଧି ଙ୍କ ସହିତ ଆଲେଚନା ବି କଲେ ନାହିଁ। ଫରେଷ୍ଟ ଆକ୍ଟ କୁ କୁଲମ୍ ଖୁଲା ଉଲଘଂନ କରିଥିବା ମନେ ହୁଏ।କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଦ୍ଵାରା ସାରା ଦେଶରେ ମା ପାଇଁ ଗଛ ଟିଏର ନାରା ଦେଇ ବୃକ୍ଷ ରୋପଣକୁ ସର୍ବସାଧାରଣରେ ପ୍ରତ୍ସାହିତ କରାଯାଉଥିବା ବେଳେ କାହିଁକି ଶୁକୃଳି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଛ କାଟିଲେ ପ୍ରଶ୍ନ ବାଚି ସୃଷ୍ଟି କରିଛି।
ବ୍ଲକ୍ ର ଗଛ କାଟିବା ବିଷୟରେ ଶୁକୃଳି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପଚାରିବାରୁ ହାକିମଙ୍କ ଗାଡି ମୁଖ୍ୟ ଫାଟକ ଦେଇ ଅଫିସ୍ ଦ୍ଵାର ପର୍ଯ୍ୟନ୍ତ ପହଞ୍ଚି ପାରୁ ନ ଥିଲା ସେଇଥିପାଇଁ ଗଛ କାଟିବାକୁ ପଡ଼ିଲା। ଆଉ ମଧ୍ୟ ସେହି ସ୍ଥାନରେ ଜନ ସାଧାରଣଙ୍କ ପାଇଁ ଗୋଟିଏ କୂତ୍ରିମ ଶେଡ୍ ତିଆରି ହେବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତେବେ ଏଠି ପ୍ରଶ୍ନ ଉଠେ ହାକିମ ଦୁଇ ପାଦ ଚାଲିପରିବେନି ବୋଲି ଗଛ କାଟିବାକୁ ପଡ଼ିଲା। ଗଛର ପ୍ରାକୃତିକ ଛାଇ କୁ ବାଦ କରି କୂତ୍ରିମ ଛାଇ ଲୋକଙ୍କ ପାଇଁ ବ୍ୟବସ୍ଥା କରିବା କେତେ ଦୂର ଯଥାର୍ଥ। ତେବେ କାହା ନିର୍ଦ୍ଦେଶରେ ଗଛ କଟା ଗଲା ତଦନ୍ତ ସାପେକ୍ଷ । ଶୁକୃଳି ବ୍ଲକ୍ ରେ ପୂର୍ବରୁ ଅନେକ ଅଧିକାରୀ କାର୍ଯ୍ୟ ସମ୍ପାଦନ କରି ଯାଇଛନ୍ତି ଗଛ କାଟିବା ବାବଦରେ କେହି କେବେ କଳ୍ପନା ବି କରି ନ ଥିଲେ କିନ୍ତୁ ସରକାର ବଦଳିବା କ୍ଷଣି ଏଭଳି ଘଟଣା ଘଟିବା ସାଧାରଣରେ ଆଲୋଚନା ର ଖୋରାକ ଯୋଗାଇଛି।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।