ବିଜେପୁର କଲେଜରେ ସମଲପୁରୀ ଦିନ ପାଳନ

ବିଜେପୁର:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମାନ ପ୍ରଦୀପ କୁମାର ମିଶ୍ରଙ୍କ ସଭାପତିତ୍ୱରେ ସମଲପୁରୀ ଦିନ ପାଳିତ ହୋଇଯାଇଛି। ଶ୍ରୀମାନ ମିଶ୍ର କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ନିଜର ମାଁ ମାଟି ଓ ଭାଷାକୁ ସାମଗ୍ରିକ ଜୀବନରେ ସମ୍ମାନ ଜଣାଇ ଅଗ୍ରସର ହେବାକୁ ଆହ୍ୱାନ ଦେଇଥିଲେ।୨୦୨୪-୨୫ ଶିକ୍ଷାବର୍ଷରେ ଯୋଗଦେଇ ଥିବା +୨ ପ୍ରଥମ ବର୍ଷ ଓ +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇବା ସହିତ ଗୁଣାତ୍ମକ ଶିକ୍ଷା ଗ୍ରହଣ କରି ମହାବିଦ୍ୟାଳୟ ଟେକ ଓ ସମାଜରେ ପ୍ରତିଷ୍ଠିତ ହେବାପାଇଁ ପରାମର୍ଶ ଦେଇଥିଲେ।

ଏକ୍ରମରେ ଏକ ସଭାର ଆୟୋଜନ ହୋଇଥିଲା। ସଭାରେ ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରଧ୍ୟାପକ ଶ୍ରୀଯୁକ୍ତ ମହେନ୍ଦ୍ର ପଧାନ ଯୋଗଦେଇ ସମଲପୁରୀ ଦିନ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଦ୍ୱିତୀୟ ଅଧିବେଶନରେ ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରୀମତୀ ପ୍ରତିକ୍ଷା ସେଠ୍ ଓ କ୍ରିଡ଼ା ଶିକ୍ଷକ ଶ୍ରୀଯୁକ୍ତ ସାନନ୍ଦ ସେଠ୍ ଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ମହାବିଦ୍ୟାଳୟର ପ୍ରଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ବିଶେଷ କରି କଲେଜର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ସାଂସ୍କୃତିକ ସଂସଦର ଉପସଭାପତି ଶ୍ରୀଯୁକ୍ତ ସରୋଜ କୁମାର ପାଣିଗ୍ରାହୀ ସଭା କାର୍ଯ୍ୟ ସଂଯୋଜନା କରିଥିଲାବେଳେ, ସଂସଦର ଅନ୍ୟତମ ଉପସଭାପତି ଶ୍ରୀଯୁକ୍ତ ଅକ୍ଷୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *