କରଞ୍ଜିଆ,-:ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ୯ ଟି ଗ୍ରାମପଞ୍ଚାୟତ ର ନୂତନ ଭାବେ ନିର୍ବାଚିତ ଅନୁସୂଚିତ ଜନଜାତି ଲୋକ ପ୍ରତିନିଧିଙ୍କ ଦକ୍ଷତା ବିକାଶ ସମ୍ପର୍କରେ ଦିନିକିଆ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କର୍ମଶାଳା କାର୍ଯ୍ୟକ୍ରମ
ରାଜିବ ଗାନ୍ଧୀ ସମ୍ମୀଳନୀ ଗୃହରେ ଆୟୋଜିତ ହୋଇଥିବା ବେଳେ ତାଲିମ ଶିବିରରେ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସ୍ଵପ୍ନେଶ୍ଵର ବେହେରା, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ ମହାନ୍ତ, ସହକାରୀ କୃଷି ଅଧିକାରୀ ଶ୍ରୀଯୁକ୍ତ ବାରିଆଳ କିସ୍କୁ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ପ୍ରାୟ ୯୫ ଜଣ ପ୍ରତିନିଧି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାସହ ତାଲିମ ଶିବିରରେ ଏସଟି ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଦସ୍ୟ ଏବଂ ୱାର୍ଡ ସଭ୍ୟ ସଭ୍ୟା ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

ଶ୍ରୀଯୁକ୍ତ ରଞ୍ଜିତ ପଣ୍ଡା କାର୍ଯ୍ୟକ୍ରମ ରେ ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଏହି କାର୍ଯକ୍ରମ କୁ ଠାକୁରମୁଣ୍ଡା ବ୍ଲକ କର୍ମଚାରୀ ଶ୍ରୀ ପ୍ରମୋଦ କୁମାର ସାହୁ ଏବଂ ବିଭୁତି ଭୁଷଣ ପଣ୍ଡା ପରିଚାଳନା ର ଶକ୍ରିୟ ସହଯୋଗ କରିଥିଲେ ।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।