ପଦ୍ମପୁର:(କ୍ରାନ୍ତି ଓଡ଼ିଶା)- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଶ୍ରୀମତୀ ନନ୍ଦିନୀ ମିଶ୍ର ସହକାରୀ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ । ପୂର୍ବତନ ଶିକ୍ଷକ ଶ୍ରୀ ଟିକେଲାଲ୍ ସାହୁ, ଅତିଥି ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ବେହେରା,ପରିଚାଳନା କମିଟିର ସଭାପତି ଶ୍ରୀ ଭୁମନ୍ୟୁ ସାହୁ , ଶ୍ରୀ ଲେଖ୍ରୁ ବାରିକ ଉପସ୍ଥିତ ଥିଲେ ଏବଂ ଶ୍ରୀମତୀ ମିଶ୍ରଙ୍କ ଗୁଣଗାନ କରିଥିଲେ। ଶ୍ରୀମତୀ ମିଶ୍ର ଜଣେ ମେଳାପୀ ତଥା ଛାତ୍ର ବତ୍ସଳା ଓ ସୁବକ୍ତା ଥିଲେ।ଛାତ୍ରୀ ମାନଙ୍କ ଦ୍ବାରା ବିଦାୟ ସଙ୍ଗୀତ ଗାନ କରାଯାଇଥିଲା ଓ ମାନପତ୍ର ସହ ଉପଢୌକନ ଦେଇ ଶ୍ରୀମତୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
![](https://i0.wp.com/krantiodishanews.com/wp-content/uploads/2024/02/WhatsApp-Image-2024-12-18-at-7.11.01-PM.jpeg?fit=1600%2C1125&ssl=1)
ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିବା ବେଳେ ଶ୍ରୀ ଚନ୍ଦ୍ରଭାନୁ ବଡଗୁଛିଆ ଓ ଶ୍ରୀ ସୁରେଶ ପଟେଲ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ
https://youtube.com/live/57TRrnC0glQ