ବରଗଡ଼:(କ୍ରାନ୍ତି ଓଡ଼ିଶା)-ମହାତ୍ମା ଗାନ୍ଧୀ ଜୁନିଅର ମହାବିଦ୍ୟାଳୟ ର ହିନ୍ଦି ପ୍ରଧ୍ୟାପକ ଡ. ରାଧାକୃଷ୍ଣ ବିଶ୍ୱକର୍ମା ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଧ୍ରୁବ ଚରଣ ସା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ପୂର୍ବତନ ପରିଚାଳନା ପରିଷଦ ର ସଦସ୍ୟ ଡ ଚିନ୍ତାମଣି ପଟେଲ, ନିରଞ୍ଜନ ପଟେଲ, ଠାକୁର ରାମ ପଟେଲ ଅମୃତଲାଲ ପଟେଲ ଅତିଥି ଭାବେ ଉପସ୍ଥିତ ରହି ଡ ଆର କେ ବିଶ୍ୱକର୍ମା ଙ୍କ ଉପରେ ସ୍ମୃତିଚାରଣ କରିଥିଲେ। ଡ ବିଶ୍ୱକର୍ମା ଏହି ମହାବିଦ୍ୟାଳୟ ରେ ଦୀର୍ଘ୍ୟ ୩୫ ବର୍ଷ ଅଧ୍ୟାପନା ସହ ସେ ଜଣେ ସାହିତ୍ୟ ସାଧକ, ସାହିତ୍ୟ ସ୍ରଷ୍ଟା, ଆଲୋଚକ, ସମାଲୋଚକ, ଉତ୍କୃଷ୍ଟ ବକ୍ତା ତା ସହିତ ଜଣେ ବିଶିଷ୍ଟ କଳାକାର, ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ର ଆଗ ଧାଡ଼ିର ଜଣେ ସକ୍ରିୟ ସଦସ୍ୟ ହୋଇପାରିଛନ୍ତି ।
ତାଙ୍କ ଅନେକ ସାହିତ୍ୟ ରଚନା, ଅନୁବାଦ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶନ ସହ ସେ ହିନ୍ଦୀ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛନ୍ତି। ଓଡ଼ିଶା ଓ ଓଡ଼ିଶା ବାହାରେ ସେ ବିଭିନ୍ନ ସମ୍ମାନ ରେ ସମ୍ମାନିତ, ପ୍ରଶଂସିତ ମଧ୍ୟ ହୋଇଛନ୍ତି। ତାଙ୍କ ଶିକ୍ଷାଦାନ, ଶିକ୍ଷା ପ୍ରଣାଳୀ ରେ ଛାତ୍ର ଛାତ୍ରୀ ଙ୍କୁ ପ୍ରଭାବିତ କରିବା ସହ ତାଙ୍କ ଜୀବନଶୈଳୀ ସମସ୍ତଙ୍କୁ ଅନୁପ୍ରାଣିତ କରିପାରିଛି।ଏହି ମହାନ ପ୍ରାଧ୍ୟାପକ ଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଅଧ୍ୟାପକ କିଶନ କୁମାର ଅଗ୍ରୱାଲ, ସୁରେଶ କୁମାର ଭୋଇ, ଆର ଏନ ଭୋଇ, ଜୟନ୍ତ ବାରିକ, ଫକୀର ପଟେଲ, ପ୍ରଶାନ୍ତ ସାହୁ,ବିରମନ ପ୍ରଧାନ, ଅଧ୍ୟାପିକା ଦମୟନ୍ତୀ ହୋତା, ତାରକାନ୍ତି ସାହୁ, ଅନୁପମା ପ୍ରଧାନ , ଛତ୍ର ଛାତ୍ରୀ ପ୍ରମୁଖ ନିଜ ନିଜ ର ଅନୁଭୁତି ପ୍ରକାଶ କରିଥିଲେ।ଏହି ସମ୍ବର୍ଦ୍ଧନା ସଭା କୁ ଅଧ୍ୟାପକ ଜଗଦିଶ ନାୟକ ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, କର୍ମଚାରୀ, ଛାତ୍ର ଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ