ବରଗଡ:(କ୍ରାନ୍ତି ଓଡ଼ିଶା)-ବରଗଡ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଶ୍ରୀ ସାବୁଆ ମାଝୀ ଓ ଏମ.ଭି.ଆଇ (MVI) ଶ୍ରୀମତୀ ସୁଷମା ସାହୁ ଅଟୋ ଚାଳକ ମାନଙ୍କ ଏକ ବୈଠକ ଡାକିବା ଅନୁରୋଧ କହିଥିଲେ। ସଙ୍ଘର ସଭାପତି ସରଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ସଙ୍ଘ କାର୍ଯ୍ୟଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଶ୍ରୀ ମାଝୀ ଓଡିଶା ସରକାରଙ୍କ ନୁଆ ନିର୍ଦ୍ଦେଶ ଏବଂ ବିଭିନ୍ନ ନିୟମ ଏବଂ ଯୋଜନା ବିଷୟରେ ଅଟୋ ଚାଳକ ମାନଙ୍କୁ ଅବଗତ କରିଥିଲେ। ଯଥା-ଯଦି 31.3.2022 ପର୍ଯ୍ୟନ୍ତ ଯାନବହନ ଟେକ୍ସ ଦେଇ ନାହାନ୍ତି ତାହାହେଲେ ବିନା penalty ରେ ଟେକ୍ସ ଦେଇ ପାରିବେ। ବହୁତ ପୁରଣା ଗାଡି ଯଦି Scrap କରିବାକୁ ଚାହାନ୍ତି ତେବେ ଗୋଟିଏ ଫର୍ମ ଭରିଦେଲେ ଟେକ୍ସ ଓ penalty ଛାଡ଼ କରାଯିବ।ଏହିପରି ଅନେକ ଯୋଜନା ସରକାରଙ୍କ ଅଟୋ ଚାଳକ ମାନଙ୍କୁ ଜଣାଇଥିଲେ। ସବୁ କାଗଜପତ୍ର ଠିକ୍ କରିବା ପାଇଁ ପୂର୍ଣ୍ଣ ମାତ୍ରରେ ସହଯୋଗ କରିବୁ ବୋଲି RTO ମାଝୀ କହିଥିଲେ। ଏହାକୁ ସ୍ୱାଗତ କରିବା ସହମ ସମ୍ପୁର୍ଣ୍ଣ ସହଯୋଗ କରିବାକୁ ସଂଘ ପକ୍ଷରୁ ପ୍ରତିଶୃତି ଦେଇଛନ୍ତି।

ଉକ୍ତ ଅଲୋଚନ ଚର୍ଚ୍ଚାରେ ସଙ୍ଘର ସମ୍ପାଦକ ଶ୍ରୀ ସୁଦର୍ଶନ ସ୍ବାଇଁ,ଉପସଭାପତି ଶ୍ରୀ ସାରଥୀ ମେହେର,ସହ ସମ୍ପାଦକ ଶ୍ରୀ ରାଜେଶ ମୁରଜାନୀ,କୋଷାଧ୍ୟକ୍ଷ ଶ୍ରୀ ଜୟ ତାଣ୍ଡି,ପ୍ରମୁଖ ସଦସ୍ୟ ଶ୍ରୀ ସଞ୍ଜୟ ଜଗଦଲା, ଯୁଗନୁ ସିଂହ, ହରିଷ କୁମ୍ଭାର, ସରୋଜ ଭେଶ୍ରା, ସୁଶାନ୍ତ ଦାଶ, ବୃନ୍ଦାବନ ବେହେରା, ତରଣୀ ଭାଇ ସହ ସମସ୍ତ ଷ୍ଟାଣ୍ଡ ପ୍ରମୁଖ ଉପସ୍ଥିତ ରହି ଚର୍ଚ୍ଚାରେ ଅଂଶ ଗ୍ରହଣ କରିଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ