ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତରାୟ ବୁଧବାର ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ପଡା ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ବରିଷ୍ଠ ସିଆରସିସି ବାସୁଦେବ ପଧାନଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା।ସିଆରସିସି ରାଜେଶ୍ଵର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଅବସର ଦିନଟିକୁ ଅବିସ୍ମରଣୀୟ କରିଵା ଉଦ୍ଦେଶ୍ୟରେ ବିଦ୍ୟାଳୟର ବାତାବରଣ ସୃଷ୍ଟି ପାଇଁ ସଭା ପ୍ରାରମ୍ଭରେ ସମସ୍ତ ବାରଜଣ ସିଆରସିସି ସମଵେତ ସ୍ଵରରେ ପ୍ରାର୍ଥନା ଗାନ କରିଥିଲେ।ପରେ ପ୍ରତ୍ୟେକ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ବିଇଓ ସୁରେଶ କୁମାର ରାଉତରାୟଙ୍କୁ ଉପାୟନ ଓ ଉପଢ଼ୌକନ ଦେଇ ଉଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଶିକ୍ଷାୟତନକୁ ଗୁଣାତ୍ମକ କରିବା ସହିତ ଜିଲ୍ଲା ସ୍ତରରେ ବିଭିନ୍ନ ପୁରସ୍କାର ଲାଭ କରିଵା ଏଠାକାର ଶିକ୍ଷକ, ସିଆରସିସିମାନଙ୍କର ପ୍ରମୁଖ ଭୂମିକା ରହିଛି।ଏହି ଅଞ୍ଚଳର ଶିକ୍ଷକ ତଥା ଶିକ୍ଷକମାନଙ୍କ ସ୍ନେହ, ଶ୍ରଦ୍ଧା ମୋତେ ଚିର ଦିନ ଅବିସ୍ମରଣୀୟ କରି ରଖିବ ଵୋଲି ଵିଇଓ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ପ୍ରକାଶ କରିଥିଲେ। ସମାରୋହକୁ ସଂଯୋଜନା କରିଥିଲେ ସିଆରସିସି ଦୁର୍ବାଦଳ ବଡଗୋଛିଆ ।ଶରତ ପଧାନ, ସୀତାରାମ ଦୀପ, ହେମନ୍ତ କୁମାର ଆରୁକ, ପ୍ରକାଶ ମହାନନ୍ଦ, ସୁଧାଂଶୁ ଶେଖର ଜାଲ, ପ୍ରଭାତ ରଞ୍ଜନ ସାହୁ, ତ୍ରିନାଥ ସେଠ,ଡୋଳାମଣି କୁମ୍ଭାର ପ୍ରମୁଖ ସିଆରସିସି ଉପସ୍ଥିତ ଥିଲେ। ବିଡ଼ିଓଙ୍କ ଅବସରକାଳୀନ ଜୀବନ ନିରାମୟ ହେବା ନିମିତ୍ତ ତିନି ଥର ଓଁକାର ଧ୍ଵନି କରାଯାଇଥିଲା। ସିଆରସିସି ନବୀନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ବିଇଓଙ୍କୁ ସମସ୍ତ ସିଆରସିସିଗଣ ତାଙ୍କର ଝାରବନ୍ଧ ଵ୍ଲକର ଭୈଷାଦର୍ହା ଗ୍ରାମକୁ ମେଳାଣି ଦେଇଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ
https://youtube.com/live/57TRrnC0glQ