କରଞ୍ଜିଆ- ଜୁଲାଇ ୨୯ ତାରିଖ କୁ ଆନ୍ତର୍ଜାତୀୟ ସ୍ତରରେ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଥିବା ଅଵସର ରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଠାରେ ଶିମିଳିପାଳ ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ ଉଦ୍ଦେଶ୍ୟ ରେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ,ଯଶିପୁର ପକ୍ଷରୁ ଜନସାଧାରଣ ଙ୍କ ସଚେତନତା ନିମନ୍ତେ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି ।

ସକାଳୁ ଯଶିପୁର ସ୍ଥିତ ଖଇରୀ ନିବାସରେ ଥିବା ବାଘ ରାଣୀ ଖଇରୀର ସମାଧି ସ୍ଥଳରେ ପୁଷ୍ପାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିବା ସହ ୫ କି.ମି.ବିଶିଷ୍ଟ ମିନି ମାରାଥନ ଆରମ୍ଭ ହୋଇଥିଲା।ଉକ୍ତ ମାରାଥନ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସମାପ୍ତ କରାଯାଇଇଥିଲା।ଉକ୍ତ ମାରାଥନ୍ ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହ ପ୍ରକୃତି ପ୍ରେମୀ ବୁଦ୍ଧିଜୀବୀ ପରିବେଶବିତ ଏବଂ ଶିକ୍ଷାବିତ୍ ମାନେ ଅଂଶଗ୍ରହଣ କରି ଜନସାଧାରଣ ଙ୍କୁ ସଚେତନତା କରିବା ଦେଖିବାକୁ ମିଳିଛି।
ମୟୂରଭଞ୍ଜ, କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।