ପୁରେନା:(କ୍ରାନ୍ତି ଓଡ଼ିଶା)-ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ସପ୍ତମ ବା ଶେଷ ଦିନରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନ ଶିକ୍ଷକ ଶ୍ରୀ ରେଣୁଧର ସାହୁ। ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶ୍ରୀମତୀ ନନ୍ଦିନୀ ମିଶ୍ର ଓ ଶ୍ରୀ ଲେଖ୍ରୁ ବାରିକ ନିଜ ନିଜର ମତବ୍ୟକ୍ତ କରିଥିଲେ।ପରିଚାଳନା ସମିତିର ସମସ୍ତ ସଭ୍ୟ, ଛାତ୍ର ଛାତ୍ରୀ ମାନଙ୍କର ଅଭିଭାବକ ଅଭିଭାବିକା ମାନେ ଏହି ସମାରୋହରେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶ୍ରୀ ଚନ୍ଦ୍ରଭାନୁ ବଡ଼ଗୁଛିଆ ଧନ୍ୟବାଦ ଅର୍ପଣ କରିଥିଲେ ଓ ସମସ୍ତ କାର୍ଯ୍ୟରେ ଶ୍ରୀ ସୁରେଶ ପଟେଲ ସହଯୋଗ କରିଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ