ଆୟୁର୍ବେଦ ଚିକିତ୍ସାଳୟର ଶିଳାନ୍ୟାସ କଲେ ବିଧାୟକ ସନତ କୁମାର ଗଡତୀୟା

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବୈାଦ୍ଧପୀଠ ଗନିଆପାଲି ରେ ଆୟୁର୍ବେଦ ୩୫ ଲକ୍ଷ ଅଟକଳରରେ ନିର୍ମିତ ହେବାକୁ ଥିବା ଚିକିତ୍ସାଳୟର ଶିଳାନ୍ୟାସ ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଜମିଦାର ସନତ କୁମାର ଗଡତୀୟା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭୂମିପୂଜନ କରିଥିଲେ।ପ୍ରାରମ୍ଭେ ଗ୍ରାମର ଆବାଳ ବୃଦ୍ଧ ବନିତା ସହ ବିଧାୟକ ସ୍ଥାନୀୟ ନୃସିଂହ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ ।ଏଇ ଶିଳାନ୍ୟାସ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ, ବରଗଡ଼ ଡ଼ା. ଲକ୍ଷ୍ମୀଶ୍ରୀୟା ବେହେରା,ଗନିଆପାଲି ଗ୍ରାମପଞ୍ଚାୟତ ସରପଞ୍ଚ ପୁଷ୍ପାଞ୍ଜଳୀ ବେହେରା, ଆୟୁର୍ବେଦ ଚିକିତ୍ସାଧିକାରୀ,ଗନିଆପାଲି ଡା.ରମେଶ କୁମାର ପୋଢ଼ ଯୋଗଦାନ କରି କରିଥିଲେ। ଆୟୁର୍ବେଦ ଏକ ରୋଗ ନିରାକରଣ ବିଜ୍ଞାନ ଅଟେ।ଏହା ଏକ ପ୍ରାଚୀନ କାଳର ଜ୍ଞାନ, ଗବେଷକ ମାନେ ଗବେଷଣା କରି ଆୟୁର୍ବେଦ କ୍ଷେତ୍ରରେ ପ୍ରଭାବଶାଳୀ ଗବେଷଣା କରି ଚାଲିଛନ୍ତି। ଆୟୁର୍ବେଦ ଏବେ ବିଶ୍ୱ ସ୍ତରରେ ପ୍ରସିଦ୍ଧି ଲାଭ କରିଛି। ଆୟୁର୍ବେଦ ଭାରତର ପ୍ରାଚୀନ ପରମ୍ପରା ଏବଂ ସମ୍ପଦ ଏହାକୁ ନେଇ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରଚେଷ୍ଟା ପାଇଁ ଆଜି ସାରା ଦେଶରେ ଲୋକେ ମାଗଣାରେ ଆୟୁର୍ବେଦ ଚିକିତ୍ସାର ସୁବିଧା ପାଇ ପାରୁଛନ୍ତି ।ଆଜି ଆପଣଙ୍କ ପବିତ୍ର ବୈାଦ୍ଧ ବିହାର ଗନିଆଁପାଲି ଗ୍ରାମରେ ଆୟୁର୍ବେଦ ଚିକିତ୍ସାଳୟ ପାଇଁ ଭୂମି ପୂଜନ ଅବସରରେ ମୁଁ ଏତିକି କହିବାକୁ ଚାହେଁ ଯେ,ଆପଣ ମାନେ ମାଗଣା ଔଷଧ ସହ ସ୍ୱାସ୍ଥ୍ୟ ସେବାର ଭରପୁର ଫାଇଦା ପାଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ଗଡତୀୟା ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଗ୍ରାମପଞ୍ଚାୟତ ଅଂଚଳର ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ବହୁ ଉତ୍ସାହିତ ହୋଇଥିଲେ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *