ଜଳମଗ୍ନରେ ଉବୁଟୁବୁ ପଦ୍ମପୁର ଉପଖଣ୍ଡ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ପଦ୍ମପୁର ପାଇକମାଲ ଓ ଝାରବନ୍ଧ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାତାର ବର୍ଷା ଯୋଗୁଁ ପଦ୍ମପୁର ଏନ୍ ଏ ସି ଅନ୍ତର୍ଗତ ତଳି ଅଂଚଳରେ ବସବାସ କରୁଥିବା ଅନେକ ଘରେ ବର୍ଷା ଜଳ ପଶିଯିବାରୁ ଅନେକ ସମସ୍ୟା ଦେଖାଦେଉଛି। ଗ୍ରାମାଞ୍ଚଳ ଗୁଡ଼ିକରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଅଙ୍ଗ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି। ଉପଖଣ୍ଡର ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ବ୍ଲକ ଅଞ୍ଚଳର ଗ୍ରାମ ମାନଙ୍କୁ ଯାତାୟତ ବିଛିନ୍ନ ହୋଇଯାଇଛି। ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ଜଳବନ୍ଦୀରେ ରହିଛି।ପାଇକମାଲ ଠାରୁ ଝାରବନ୍ଧ ଯିବା ରାସ୍ତାରେ ଅନେକ ଗାଁ ଜଳମଗ୍ନ ହୋଇ ଜଳବନ୍ଦୀ ରହିଛି। ପାଇକମାଲ ଭାୟା ଟେମରୀ,ବୁକୁରାମୁଣ୍ଡା,ଲହଙ୍ଗୀର,ବାଦିକଟା, ଲଖମରା ଗ୍ରାମପଞ୍ଚାୟତ ର ପ୍ରାୟତଃ ଅନେକ ଗ୍ରାମ ନଦୀ ନାଳର ବଢିପାଣି ଘେରରେ ରହିଛି।ଟେମରୀ ଗ୍ରାମପଞ୍ଚାୟତ ଅଧିନସ୍ଥ ଜାମନାଲି ବଢ଼ି ପାଣିରେ କୂଳଖାଇ ରାସ୍ତା ସମ୍ପୂର୍ଣ୍ଣ ଧୂଳିସାତ ହୋଇ ଯାଇଛି।ଚାଷଜମି ଗୁଡକ ପାଣିରେ ବୁଡି ରହିଛି। ନାଲ ପାଣି ନା ଚାଷଜମି କିଛି ଜଣାପଡୁନାହି। କେତେକ ଗାଁ ଚତୁଃପାର୍ଶ୍ଵରେ ବଢିପାଣି ଭର୍ତ୍ତି ହୋଇ ଯାଇଛି। ଅନେକ ଘରେ ପାଣି ଭର୍ତ୍ତିହୋଇ ରହିଛି ଫଳରେ ତା ୨୩.୦୭.୨୦୨୪ ରିଖ ସକାଳ ଠାରୁ ମଧ୍ୟରାତ୍ର ଓ ଏବେ ମଧ୍ୟାହ୍ନ ପର୍ଯ୍ୟନ୍ତ ପାଣି କମୁ ନଥିବା ବେଳେ ଏବେବି ବର୍ଷା ଲାଗିରହିଛି। ଫଳରେ ଗାଁ ଠାରୁ ସହର ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛିନ୍ତି ।

ସେହିପରି ପଦ୍ମପୁର ଠାରୁ ଜଗଦଲପୁର ଲଖମରା ରାସ୍ତା କାମ ଚାଲିଥିବାବେଳେ କେତେକ କଲଭଟ ରେ ରାସ୍ତା ଧୋଇ ହୋଇ ପରିସ୍ଥିତି ଚିନ୍ତା ଜନକ ହୋଇଯାଇଛି। ପଦ୍ମପୁର ଉପଖଣ୍ଡ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଗମନାଗମନ ଏକ ପ୍ରକାରର ବିଛିନ୍ନ ହେଉଛି। ଜିଲ୍ଲା ପ୍ରଶାସନ ତରଫରୁ ଜଳ ମଗ୍ନ ଥିବା ଗାଁ ଗୁଡିକୁ ପହଞ୍ଚିବା ପାଇଁ ଉଦ୍ୟମ ହେଉଥିବା ବେଳେ ବହୁ ଘରଦ୍ୱାର, ଚାଷଜମି, ସ୍କୁଲ ପାଚେରୀ ଭାଙ୍ଗି ବହୁ କ୍ଷୟକ୍ଷତି ଘଟିଛି। ବିଦ୍ୟୁତ ସରବରାହ ଠପ୍ ହୋଇ ଯିବା ଫଳରେ ପ୍ରାୟତଃ ମୋବାଇଲ ଗୁଡିକ ଚାର୍ଜ ନଥିବା ଫଳରେ କାହା ସାଙ୍ଗରେ ମଧ୍ୟ ଯୋଗ ଯୋଗ ହୋଇ ପାରୁନି।ଆସନ୍ତା ଦୁଇଦିନ ଏଭଳି ବର୍ଷା ଲାଗି ରହିଲେ ଉପଖଣ୍ଡର ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହୁଛି।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *