ବରଗଡ଼: କ୍ରାନ୍ତି ଓଡ଼ିଶା)-ଚଳିତ ଖରିଫ ଚାଷ ପାଇଁ ଆବଶ୍ୟକ ବିଭିନ୍ନ କୃଷି ଉପକରଣ ଯଥା ରାସାୟନିକ ସାର, କୀଟନାଶକ ଓାୖଷଧ ଓ ବିହନର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗୁଛି। ଏହି କଳାବଜାର ରୋକିବାକୁ ବରଗଡ଼ ଜିଲ୍ଲା କୃଷି ବିଭାଗ ତତ୍ପରତା ଦେଖାଦେଇଛି। ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରୀ ମାନେ ସେମାନଙ୍କର ଚିରାରିତ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଦେଖାଦେଇଛି।

ହିରାକୁଦ ଜଳସେଚିତ ଅଞ୍ଚଳର ବିଭିନ୍ନ ବ୍ଲକ ଯଥା ବରଗଡ଼, ଅତାବିରା, ଭେଡେନ, ବରପାଲି ଓ ଭଟଲି ବ୍ଲକରେ ଏପରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବା ସଙ୍ଗେସଙ୍ଗେ ଖିଲାପୀ କାରି ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ ଲାଇସେନ୍ସ ନିଳମ୍ବିତ କରାଯାଉଛି।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ