କ୍ରୀଡା ଶିକ୍ଷକ ସୁରେନ୍ଦ୍ର ସାର ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ବରଗଡ଼(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଟି.ଗଣ୍ଡପାଲି ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଜାରିଂ ଉଚ୍ଚ ବିଦ୍ୟାଳୟରେ ଦିର୍ଘ ଦିନ ଧରି କାର୍ଯ୍ୟ କରିଥିବା ପି.ଇ.ଟି ସୁରେନ୍ଦ୍ର ମୋହନ ପ୍ରଧାନଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମେତ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ସାହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ କ୍ରୀଡା ଶିକ୍ଷକ ସଂଘର ସଭାପତି ସଚିତାନନ୍ଦ ପଧାନ, ସମ୍ପାଦକ ଭବାନୀଶଙ୍କର ସାହୁ,ଅବସର ପ୍ରାପ୍ତ ଶିକ୍ଷକ ସରୋଜ ମିଶ୍ର, ପୂର୍ବତନ ସମ୍ପାଦକ ବିଶିକେଶନ ମେହେର, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଗୁରୁଚରଣ ସାହୁ ମଞ୍ଚାସୀନ ଥିଲେ। ବିଜେପୁର ବ୍ଲକ ଅଧିନସ୍ଥ ସମସ୍ତ ବିଦ୍ୟାଳୟରେ କାର୍ଯ୍ୟରତ କ୍ରୀଡା ଶିକ୍ଷକ ବୃନ୍ଦ ଏଇ ବିଦାୟୀ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିଲେ । ବିଦାୟୀ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ପଧାନ ବିଦ୍ୟାଳୟ ପରିସର ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ମକରଧ୍ବଜ ସାହୁ ସଭାରେ ସଂଯୋଜନା କରିଥିଲାବେଳେ କ୍ରୀଡା ଶିକ୍ଷକ ସରୋଜ ପୁରୋହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ବିଦାୟୀ ସଂଗୀତ ଗାନ କରା କରିଥିଲେ। ତତସଙ୍ଗେସଙ୍ଗେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନିମନ୍ତେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଗଣ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବରଗଡ଼ ଜିଲ୍ଲା ପିି.ଇ.ଟି ସଂଘର ସଭାପତି ହୃଦମଣି ସାହୁ ଙ୍କ ସମେତ ଉପସ୍ଥିତ ଥିବା ଶିକ୍ଷକ ଗଣ ବିଦାୟୀ ସୁରେନ୍ଦ୍ର ସାରଙ୍କ ଭଳି ସରଳ ବ୍ୟକ୍ତିତ୍ଵ, ମିଷ୍ଟଭାଷୀ, ପରୋପକାରୀ ତଥା ଛାତ୍ର-ବତ୍ସଳ ଶିକ୍ଷକ ଭାବରେ ଆମ ହୃଦୟ ସବୁଦିନ ପାଇଁ ମନେ ରହିଥିବେ ବୋଲି ଭବ୍ୟ ସଭାରେ ମତବ୍ୟକ୍ତ କରିଥିଲେ। ପରିଶେଷରେ ବାଳକୃଷ୍ଣ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *