ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲର ସଭାପତି ପ୍ରିତିରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୂତନ ଭାବେ ସ୍କୁଲରେ ପ୍ରବେଶ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କୁ ନେଇ ଅନୁଷ୍ଠିତ ସମ୍ମିଳନୀରେ ସ୍କୁଲର ଅଧ୍ୟକ୍ଷା ଆଲ୍ଲାଦିନୀ ଦଲାଇ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ,ପ୍ରଶାସକ ଭରତ ଚନ୍ଦ୍ର ସାହୁ ବିଦ୍ୟାଳୟର ନିତିନିୟମ ଉପରେ ଅଭିଭାବକ ବୃନ୍ଦ ଙ୍କୁ ଅବଗତ କରିଥିଲେ।

ଉପସଭାପତି ମନୋଜ କୁମାର ପଣ୍ଡା ପୂର୍ଣ୍ଣାଙ୍ଗ ଶିକ୍ଷାର ଲକ୍ଷ ଓ ଉଦ୍ଦେଶ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ନୂତନ ଛାତ୍ରଛାତ୍ରୀମାନଙ୍କୁ ଦ୍ୱାରା ପରିବେଷିତ ନୃତ୍ୟ ବେଶ ମନଛୁଆଁ ହୋଇଥିଲ।ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଆଦିତ୍ୟ କୁମାର ରଥ, ସଦସ୍ୟ ରଘୁମଣି ପୁରୋହିତ, ଦିଲ୍ଲିପ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏଇ ଅଭିଭାବକ ସମ୍ମିଳନୀ ବେଶ ସୁରୁଖୁରୁରେ ସମାପନ ହୋଇଥିଲା। ଶେଷରେ ସଦସ୍ୟ ରଘୁମଣି ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ