ବରଗଡ଼ ଜିଲ୍ଲା ପାଇକମାଳ ସୋଢା ଗ୍ରାମରୁ ଘରଟିଏ କୁ ଗଛଟିଏ କାର୍ଯ୍ୟକ୍ରମ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସୋଢା ଗ୍ରାମଠାରେ ଟେମରି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦିଲିପ କୁମାର ବେହେରା, ମାଁ ମଙ୍ଗଳା ସ୍ବୟଂ ସହାୟିକା ଗୋଷ୍ଠୀ, ସୋଢା ପ୍ରାଥମିକ ବିଦ୍ୟାଳୟ ଓ ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ଗାଁ ସଭାପତି ଦେବାର୍ଚ୍ଚନ ସାହୁ , କିଶୋର ରଣା, କୈଲାସ ପଟେଲ, ଶିବାଶିଷ ପ୍ରଧାନ ,ଟେମରି ଗ୍ରାମର ତୋକାରାମ ସାହୁ, ସତ୍ୟବାଦୀ ଠାକୁର, ରତ୍ନାକର ହରିପାଲ ସାମ୍ବାଦିକ ଗୋପବନ୍ଧୁ ସିକା ,ବିଜୟ କୁମାର ସାହୁ ପ୍ରମୁଖ ପରିବେଶ ସଚେତନତାର ବାର୍ତ୍ତା ନେଇ ଘରଟିଏ, ଗଛଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ଭାରତରେ ଗୋଟିଏ ଘର ପାଇଁ ଗୋଟିଏ ଗଛ ଲଗାଇବାର ସଂକଳ୍ପ ନେଇ ବୃକ୍ଷ ରୋପଣ ଶୁଭାରମ୍ଭ କରିଛନ୍ତି। ଆଜି ସୋଢା ପ୍ରାଥମିକ ସ୍କୁଲର ପଛରେ ଥିବା ପଡ଼ିଆ ପାଚେରୀ କଡ଼ରେ ୩୦ ଗୋଟି ବୃକ୍ଷ ରୋପଣ କରି ଆସନ୍ତା ବର୍ଷ ଏହି ସ୍ଥାନରେ ପ୍ରଥମ ବୃକ୍ଷ ରୋପଣ ବାର୍ଷିକ ସମାରୋହ କରି ଭାରତରେ ପ୍ରତ୍ୟେକ ଘରେ କିମ୍ବା ଘର ଦାୟିତ୍ଵରେ ଗୋଟିଏ ବୃକ୍ଷ ରୋପଣ କରି ତାର ଯତ୍ନ ନେଇ ଗଛ ବଢିବା ପର୍ଯ୍ୟନ୍ତ ଯତ୍ନ ନେବେ । ଆଜି ସୋଢା ଗ୍ରାମରୁ ବୃକ୍ଷ ରୋପଣ କରି ଘରଟିଏ ଗଛଟିଏ ବାର୍ତ୍ତାର ପ୍ରସାର କରି ବୃକ୍ଷ ରୋପଣ କରାଯିବାର ସଂକଳ୍ପ ନେଇଛନ୍ତି।

ସମଗ୍ର ଭାରତବର୍ଷରେ ଯେତିକି ଘର ରହିଛି ସମସ୍ତଙ୍କୁ ଗୋଟିଏ ବୃକ୍ଷ ରୋପଣ କରି ସେହି ବୃକ୍ଷର ସଂପୂର୍ଣ୍ଣ ଯତ୍ନ ନେବାକୁ ବାର୍ତ୍ତା ପ୍ରଦାନ କରିଛନ୍ତି । ଆସନ୍ତା ୧୦ ବର୍ଷର ବଡ଼ ସଂକଳ୍ପ ନେଇ ଘର ପ୍ରତି ଗଛଟିଏ ରୋପଣ କରି ତାର ଯତ୍ନ ନେବାରେ ସହାୟକ ହେବାକୁ ଏହି ଅଭିଯାନର ମୁଳ ଉଦ୍ଦେଶ୍ୟ ରହିଛି। ସରପଞ୍ଚ ଶ୍ରୀଯୁକ୍ତ ବେହେରାଙ୍କ ସମେତ ସମସ୍ତେ ଏହି ସଂକଳ୍ପ କୁ ସ୍ବାଗତ କରିବା ସହ ଆଜି ଠାରୁ ‘ଘରଟିଏ ଗଛଟିଏ ‘ ର ବାର୍ତ୍ତା ବୃକ୍ଷ ରୋପଣ ଅଭିଯାନ ସୋଢା ଗ୍ରାମରୁ ଶୁଭାରମ୍ଭ କରାଯାଇଛି। ଆସନ୍ତା ୧୦ ବର୍ଷ ଭିତରେ ଗାଁ ଠାରୁ ସହର ଜିଲ୍ଲା, ରାଜ୍ୟ ଓ ସମଗ୍ର ଦେଶରେ ଏହି ବାର୍ତ୍ତା ପହଞ୍ଚାଇ ଗଛ ଲଗେଇବା କାର୍ଯ୍ୟ କରିବାକୁ ସଂକଳ୍ପ ନିଆଯାଇଛି।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *