ସମ୍ବଲପୁର ୧୮/୦୭ ଯୁଯୋମୁରା ବ୍ଲକ ଅନ୍ତର୍ଗତ ମେଘପାଲ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ନିରଞ୍ଜନ ସେଠଙ୍କ ତତ୍ତ୍ଵାବଧାନରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଏହି ଜୁଲାଇ ମାସର ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି ଶିବିର ମାସକୁ ୫ ଦିନ ଧରି ୩ ମାସ ପର୍ଯ୍ୟନ୍ତ ଚାଲିବ । ପ୍ରଧାନ ଶିକ୍ଷକ ନିରଞ୍ଜନ ସେଠ ବିଦ୍ୟାଳୟର ଛାତ୍ରୀମାନଙ୍କୁ ବର୍ତ୍ତମାନର ପରିପ୍ରେକ୍ଷୀରେ ଏହି ଆତ୍ମରକ୍ଷା ଶିବିରର ଆବଶ୍ୟକତା ଓ ମହତ୍ତ୍ଵ ବିଷୟରେ ଧାରଣା ଦେଇଥିଲେ ।

ଏଥିରେ ଏହି ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷୟିତ୍ରୀ ରଜନୀଗନ୍ଧା ବିଶୀ ଓ ଶିକ୍ଷୟିତ୍ରୀ ନିବେଦିତା ବାର୍ଲ୍ଲା ଶିବିରରେ ଛାତ୍ରୀମାନଙ୍କୁ ସୁନ୍ଦର ଓ ସହଜ ଭାବରେ ଆତ୍ମରକ୍ଷାର ବିଭିନ୍ନ କୌଶଳ ଶିକ୍ଷା ଦେଇଥିଲେ । ପ୍ରକାଶ ଥାଉ କି ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ମେଘପାଳ ହାଇସ୍କୁଲ ସହିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଟାମ୍ପରସିଂହାରେ ମଧ୍ୟ ସେମାନେ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା ତାଲିମ ପ୍ରଦାନ କରୁଛନ୍ତି ।