ଜୀବନର ପଦେ

ସୁତପା ଗଡତିଆ

ଜୀବନ ର ରାସ୍ତାରେ
ଆମେ ସବୁ ପଥିକ
ଏନ୍ତୁଡ଼ି ଶାଳରୁ ଆରମ୍ଭ
ମୃତ୍ୟୁ ରେ ହୁଏ ଶେଷ,
ସ୍ମୁତି ହୋଇ ରହିଯାଏ କେତେ ଯେ ଘଟଣା
କେତେ ପୁଣି ବିସ୍ମୃତ ହୁଏ
ସ୍ମୃତି ସାଇତି ହୁଏ ମନର ଶାମୁକା ଭିତରେ,
ଚିହ୍ନl ମୁହଁ ଅଚିହ୍ନl ହୁଏ
କେତେ ମୁହଁ ମନେ ରହିଯାଏ ଏଇ ଜୀବନ ରେ,
ଜୀବନ ଟା ଚାଲିଛି ଚାଲିଥିବ
ଅଭୁଲା ରାସ୍ତା ରେ l
ଏଇ ଜୀବନ ବାଟରେ
ମାଟି ଗୋଡି ସବୁ ଚାପି ହୋଇଯିବ
ମଣିଷ ର ପାଦରେ l

ବରପାଲି

Leave a Reply

Your email address will not be published. Required fields are marked *