ଆଜି ତି ଏ ଭି ଗୁରୁକୁଳ , ଚିତ୍ରକୋଣ୍ଡା ଠାରେ ଜିଲ୍ଲାର ସମସ୍ତ ଶାଖା ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଉପଯୋଗ ନିମନ୍ତେ ଏକ ଅନୁସ୍ଥାପନ କର୍ମଶାଳା ଆୟୋଜନ କରାଯାଇଥିଲା। ଉକ୍ତ କର୍ମଶାଳା ରେ ବରିଷ୍ଠ ଏବଂ ଅଭିଜ୍ଞ ସରକାରୀ ଶିକ୍ଷକଙ୍କ ଦ୍ବାରା ବିଦ୍ୟାଳୟ ରେ ପଢା ଯାଉଥିବା ” ଇଂରାଜୀ, ଅଙ୍କ ଓ ପରିବେଶ ବିଜ୍ଞାନ ଉପରେ ଆଲୋକପାତ କରାଯାଇଥିଲା।

ଉକ୍ତ କର୍ମଶାଳା ରେ ଜିଲ୍ଲା ର ସମସ୍ତ ଡି ଏ ଭି ଗୁରୁକୁଳ ର ୩୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାଗ ନେଇ ଥିଲେ।
ଈ ଭି ଏସ ପାଇଁ ଶ୍ରୀ ପ୍ରାଣ କୃଷ୍ଣ ସେନ( ଏମ ଏ, ବି୍ଏଡ, ଅଙ୍କ ପାଇଁ ଶ୍ରୀ ବ୍ରଜ କିଶୋର ବରାଡ( ବି ଏସ ସି , ବି ଇ ଡି) ଏବଂ ଇଂରାଜୀ ପାଇଁ ଶ୍ରୀ ବଳଭଦ୍ର ବିଶ୍ଵାଳ ( ବି ଏସ, ବି ଇ ଡି) ଉପରୋକ୍ତ ମାନ୍ୟଗଣ୍ୟ ଶିକ୍ଷକଙ୍କ ସହ ରାକେଶ ମହାରଣା ( ସଂପାଦକ) ରାଜଲକ୍ଷ୍ମୀ ଦାସ ଏବଂ ସୁଶାନ୍ତ କୁମାର ସାମଲ ( ଡି ଏ ଭି ଗୁରୁକୁଳ, ଚେୟାରମେନ ଉପସ୍ଥିତ ଥିଲେ।
ଶେଷ ରେ ଗୁରୁକୁଳ ର ଅଧ୍ୟକ୍ଷ ରାଜଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।