ବୁଡିଲା ଲକ୍ଷାଧିକ ଟଙ୍କାର ପୋଲ ,ଯାତାୟାତ ଠପ୍

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ -୪ ଅଧିନରେ ଥିବା ଦମ୍ ଦମା ନଲିଆ ଦେଇ ଅତାବିରା ଗେସ ଗୋଦାମ କୁ ଯିବା ରାସ୍ତା ରେ ଥିବା ପୋଲ ଉପରେ ପାଖାପାଖି ୩/୪ ଫୁଟ ରୁ ଉର୍ଦ୍ଧ୍ବ ପାଣି ପ୍ରବାହ ହେଉଥିବା ବେଳେ ଗୋଟିଏ ପଟେ ରାସ୍ତା ସମ୍ପୂର୍ଣ ଭାଙ୍ଗି ଧୋଇ ଯିବା ଯୋଗୁଁ ଗେସ ହିତାଧିକାରୀ ସମେତ ଲୋକଙ୍କ ଯାତାୟାତ ଠପ୍ ହୋଇ ପଡ଼ିଛି।ଏହି ପୋଲ ଦେଇ ପ୍ରତ୍ୟହ ସ୍ଥାନୀୟ ଲୋକଙ୍କ ସହ ସ୍କୁଲ କଲେଜ ର ଛାତ୍ରଛାତ୍ରୀ,ସରକାରୀ ,ବେସରକାରୀ କର୍ମଚାରୀ ତଥା ପାହାର ଶ୍ରୀଗିଡ଼ା ଅଞ୍ଚଳକୁ ସଂଯୋଗ କରୁଥିବା ଗ୍ରାମକୁ ଲୋକେ ଯିବା ଆସିବା କରିଥାନ୍ତି ।

ଏହି ରାସ୍ତା ର ଖାଲୁଆ ପୋଲ କୁ ବ୍ରିଜ ଭାବେ ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲା।ହେଲେ ଏନ୍ ଏସି କର୍ତ୍ତୃପକ୍ଷ ଲୋକଙ୍କ ଦାବୀ କୁ ନଶୁଣି ଯେଭଳି ଖାଲୁଆ ପୋଲ ରହିଥିଲା ତାରି ଉପରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଅନୁଦାନ ରେ ନିମ୍ନ ମାନର କାର୍ଯ୍ୟ କରି ଅର୍ଥ ହରିଲୁଟ ହୋଇଥିବା ଯୋଗୁଁ କିଛି ଦିନ ପରେ ପୋଲ ର ଗୋଟିଏ ମୁଣ୍ଡ ଭୁଶୁଡ଼ି ପଡ଼ିଥିଲା। ସେଇ ଭଙ୍ଗା ସ୍ଥାନରେ ସାମାନ୍ୟ ମାଟି ପୋତି ନିଜ ଦୋଷ ରୁ ବାହାରି ଯାଇଥିଲେ ଏନ୍ ଏସି କର୍ତ୍ତୃପକ୍ଷ।ଯାହାକି ଆଜି ଏଇ ଦଶା ପଥଚାରୀ ଙ୍କୁ ଭୋଗିବାକୁ ପଡୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ଠିକ୍ ସେହିପରି ଗୃହ ନିର୍ମାଣ ବିଭାଗ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାର ଙ୍କ ପକ୍ଷରୁ ୯୬ ହଜାର ୯ଶହ ୧ ଟଙ୍କା ଅଟକଳ ମୂଲ୍ୟରେ ନିର୍ମିତ ଗାଧୁଆ ତୁଠ ଓ ଲୁଗା ବଦଳାଇବା ଗୃହ ଏବେ ପାଣି ଘେରରେ।ଯାହା ଫଳରେ ସ୍ଥାନୀୟ ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ନାମକୁ ମାତ୍ର କାନ୍ଥ ଠିଆ ହୋଇଛି କେବଳ ଧର୍ମ କୁ ଆଖି ଠାର ପରି,ବାକି କାମରେ କିଛି ଆସୁନାହିଁ ।
ତେବେ ଆଉ କେତେ ବର୍ଷ ଓ କେତେ ଟଙ୍କା ଖର୍ଚ୍ଚ ହେଲେ ଲୋକେ ସୁବିଧାରେ ଯିବା ଆସିବା କରି ପାରିବେ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *